ନୂଆଦିଲ୍ଲୀ : ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଏଲ. ନାଗେଶ୍ବର ରାଓ ଓହରି ଯାଇଛନ୍ତି। ଏହି ମାମଲାର ଶୁଣାଣିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଶୁଣାଣି ନୂଆ ବେଞ୍ଚରେ ହେବ। ପୋଲାଭରମ୍ ମାମଲାରେ ପୂର୍ବରୁ ଓକିଲାତି କରିଥିବା ଯୋଗୁଁ ବିଚାରପତି ଶ୍ରୀ ରାଓ ଓହରି ଯାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ପୋଲାଭରମ୍ ପଛୁଆ ଜଳ (ବ୍ୟାକ୍ ୱାଟର୍) ସମସ୍ୟାର ନିରାକରଣ ପାଇଁ ଓଡିଶା, ତେଲେଙ୍ଗନା, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପୋଲାଭରମ୍ ପ୍ରକଳ୍ପ ପ୍ରାଧିକରଣ, କେନ୍ଦ୍ରିୟ ଜଳ ଆୟୋଗ ମିଳିତ ଭାବେ ଆଲୋଚନା କରିବାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ବୈଷୟିକ କିମିଟି ସୁପାରିଶ କରିଥିଲେ। ତଦ୍ଅନୁସାରେ ଦୁଇଥର ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଓଡିଶା ଏଥିରେ ଯୋଗ ଦେଇନଥିଲା। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଦ୍ବାରା ଯେଉଁ ଆଦେଶ ଜାରି କରାଯାଇଥିଲା ସେଥିରେ ଓଡିଶାର ପକ୍ଷକୁ ଶୁଣାଯାଇନଥିଲା ଏବଂ ଆଦେଶ ଏକ ପାଖିଆ ଦିଆଯାଇଥିବା ଅଭିଯୋଗ କରି ରାଜ୍ୟ ସରକାର ଗତବର୍ଷ ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/polavaram.jpg)