ଇସ୍‌ଲାମାବାଦ: ଦେଶଦ୍ରୋହ ଅପରାଧରେ ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ସେନାଧ୍ୟକ୍ଷ ପର୍‌ଭେଜ୍‌ ମୁସାରଫ୍‌ଙ୍କୁ ମୃତ୍ୟୁଦଣ୍ଡ ଶୁଣାଣି କରିଛନ୍ତି। ଯଦି ମୃତ୍ୟୁଦଣ୍ଡ ପୂର୍ବରୁ ମୁସାରଫ୍‌ଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଶବକୁ ପାକିସ୍ତାନ ସଂସଦ ପର୍ଯ୍ୟନ୍ତ ଘୋଷାରି ‌ଆଣି ଇସ୍‌ଲାମାବାଦର ଡି ଚୌକଠାରେ ୩ ଦିନ ପର୍ଯ୍ୟନ୍ତ ଶବକୁ ଝୁଲାଇ ରଖାଯିବ ବୋଲି କୋର୍ଟ ରାୟରେ କୁହାଯାଇଛି। ପାକିସ୍ତାନ କୋର୍ଟର ଏଭଳି ରାୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। କୋର୍ଟଙ୍କ ଏହି ରାୟକୁ ପାକିସ୍ତାନ ସେନା ସମେତ ଦେଶର ସମ୍ବିଧାନ ବିଶେଷଜ୍ଞ ନାପସନ୍ଦ କରିଛନ୍ତି। କୋର୍ଟଙ୍କ ଏହି ରାୟ ଅସମ୍ବିଧାନିକ ବୋଲି ପାକିସ୍ତାନ ସେନା ନିଜର ଅସନ୍ତୋଷ ପ୍ରକାଶ କରିଛି।

Advertisment

ସୂଚନାଯୋଗ୍ୟ, ‌ଗତ ୨୦୦୭ରେ ମୁସାରଫ୍‌ଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆସିବା ପରେ ପାକିସ୍ତାନ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଣି କରିଛନ୍ତି। ମୁସାରଫ୍‌ ବର୍ତ୍ତମାନ ଦୁବାଇରେ ଚିକିତ୍ସିତ ହେଉଛନ୍ତି। ପେଶୱାର ହାଇକୋର୍ଟର ବିଚାରପତି ୱାକର ଅହମ୍ମଦ ସେଠ୍‌, ସିନ୍ଧ୍‌ ହାଇକୋର୍ଟର ବିଚାରପତି ନାଜର ଆକବର ଏବଂ ଲାହୋର ହାଇକୋର୍ଟର ବିଚାରପତି ସହିଦ କରିମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁସାରଫ୍‌ଙ୍କ ବିରୋଧରେ ଏହି ରାୟ ଶୁଣାଇଛନ୍ତି।