ନୂଆଦିଲ୍ଲୀ: ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗରେ ଜୁଲାଇ ୫ ତାରିଖରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାର ସମ୍ଭାବନା ରହିଛି। ଶୁଣାଣି ପୂର୍ବରୁ କିଛି ସେବକମାନଙ୍କ ଦ୍ୱାରା ସେମାନଙ୍କ ପକ୍ଷ ଶୁଣିବାପାଇଁ ମଧ୍ୟବର୍ତ୍ତିକାଳୀନ ଆବେଦନ ଜରିିଆରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ଗତମାସରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗ ମାମଲାରେ ଏକାଧିକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ବିଶେଷ କରି ପୁରୀ ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଯେଭଳି ଶୋଷଣ ଚାଲିଛି ତାହା ତତ୍କ୍ଷଣାତ ବନ୍ଦ କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ପରିଚାଳନା ଅବ୍ୟବସ୍ଥାକୁ ନେଇ ପୁରୀ ଜିଲ୍ଲା ଜଜ୍, ରାଜ୍ୟ ସରକାର ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟଠାରୁ ରିପୋର୍ଟ ତଲବ କରାଯାଇଥିଲା। ରାଜ୍ୟ ସରକାର ଇତି ମଧ୍ୟରେ କୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରି ସାରିଥିବାବେଳେ ପୁରୀ ଜିଲ୍ଲା ଜଜ୍ ଓ କେନ୍ଦ୍ର ସରକାରଙ୍କ ରିପୋର୍ଟ ଦାଖଲକୁ ନେଇ ୫ ତାରିଖ ଶୁଣାଣି ଦିନ ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ଶ୍ରୀମନ୍ଦିର ଅବ୍ୟବସ୍ଥା: ୫ରେ ଶୁଣାଣି
/sambad/media/post_attachments/wp-content/uploads/2018/07/supreme-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)