ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ମାଫିଆ ମୁଖତାର ଅନସାରି ବିରୋଧରେ ଆସନ୍ତା ମେ ୧୭ ତାରିଖରେ ରାୟ ଶୁଣାଇବେ କୋର୍ଟ । କପିଳ ଦେବ ସିଂ ହତ୍ୟା ମାମାଲାରେ ଏହି ରାୟ ଆସିବ । ମୁଖତାର ଅନସାରୀ କରନ୍ଦାର ସାବୁଆରେ ରହୁଥିବା କପିଲ ଦେବ ସିଂହଙ୍କ ହତ୍ୟା ଏବଂ ମହମ୍ମଦାବାଦର ମୀର ହାସନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ ରହିଛି । ମୀର ହାସନ ମାମଲାର ରାୟ ବି ସେହିଦିନ ଆସିବ ।
ଗତ ଏପ୍ରିଲ ୨୯ରେ ଗାଜିପୁରର ଏମପି-ଏମଏଲଏ କୋର୍ଟ ଅନ୍ୟ ଏକ ମାମଲାରେ ଅନସାରି ବିରୋଧରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କା ଜରିମାନା କରିଥିଲେ । ଏହି ମାମଲାରେ ମୁଖତାରର ଭାଇ ତଥା ବିଏସପି ସାଂସଦ ଅଫଜଲ ଅନସାରୀକୁ ୪ ବର୍ଷ ଜେଲ ଦଣ୍ଡାଦେଶ ମିଳିବା ପରେ ତା ସାଂସଦ ସଦସ୍ୟତା ରଦ୍ଦ କରାଯାଇଥିଲା ।
ଅନ୍ୟପକ୍ଷରେ ପଞ୍ଜାବ ପୁଲିସ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଘନିଷ୍ଠ ସହଯୋଗୀ ହରବିନ୍ଦର ସିଂହ ଓରଫ ଜୁଗନୁ ୱାଲାଙ୍କୁ ଗିରଫ କରିଛି। ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ଏହି ସୂଚନା ଦେଇଛନ୍ତି। ହରବିନ୍ଦର ସିଂ ଜଣେ ୱାଣ୍ଟେଡ ଅପରାଧୀ ଏବଂ ତାଙ୍କୁ ଗିରଫ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ପଞ୍ଜାବ ପୁଲିସର ଆଣ୍ଟି ଗ୍ୟାଙ୍ଗ୍ ଟାସ୍କ ଫୋର୍ସର ଏକ ଟିମ୍ ତାଙ୍କୁ ଗିରଫ କରିଛି। ତା' ନିକଟରୁ ଗୋଟିଏ ପିସ୍ତଲ ଓ ୬ଟି ଗୁଳି ଜବତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/mukhtar-ansari_1515486958.jpg)