ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ ଜମି ବିବାଦର ଶୁଣାଣି ନେଇ ଆଜି ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିବାଦର ସମାଧାନ ପାଇଁ ଗଠିତ ମଧ୍ୟସ୍ଥି କମିଟି ଜୁଲାଇ ୧୮ ସୁଦ୍ଧା ସେମାନଙ୍କ ରିପୋର୍ଟ ଦାଖଲ କରିବେ ଏବଂ ମଧ୍ୟସ୍ଥି ପ୍ରକ୍ରିୟା ବିଫଳ ହୋଇଥିବା ଜଣାପଡ଼ିଲେ ଜୁଲାଇ ୨୫ରୁ ଏହି ମାମଲାରେ କୋର୍ଟ ନିୟମିତ ଶୁଣାଣି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଜି ଏ ବାବଦ ଶୁଣାଣି ବେଳେ ଆବେଦନକାରୀ ଅଦାଲତଙ୍କୁ କହିଥିଲେ ଯେ ମଧ୍ୟସ୍ଥତା ଏ କ୍ଷେତ୍ରରେ ସଫଳ ହେଉନଥିବାରୁ ଏବେ ସର୍ବୋଚ୍ଚ ଅଦାଲତଙ୍କ ଶୁଣାଣି ହିଁ ଏକମାତ୍ର ବିକଳ୍ପ ଭାବେ ରହିଯାଇଛି । ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ଆଜି କହିଛନ୍ତି ଯେ ହିନ୍ଦୁ-ମୁସ୍ଲିମ୍ ପକ୍ଷ ମଧ୍ୟରେ ଆଲୋଚନା ପାଇଁ ଯେଉଁ କମିଟି ଗଠିତ ହୋଇଥିଲା ତାହାର ଚୂଡ଼ାନ୍ତ ରିପୋଟର୍କୁ ଅପେକ୍ଷା କରାଯାଇଛି ଏବଂ କମିଟି ଏ ଦିଗରେ ଆଶାନୁରୂପ ସଫଳତା ପାଇନଥିଲେ ଜୁଲାଇ ୨୫ରୁ କୋର୍ଟ ନିୟମିତ ଶୁଣାଣି କରିବେ। ତେବେ ଏ ଦିଗରେ ଆଜି ପର୍ଯ୍ୟନ୍ତ କିଭଳି ଅଗ୍ରଗତି ହୋଇଛି ସେ ସଂକ୍ରାନ୍ତ ରିପୋର୍ଟ ଜୁଲାଇ ୧୮ ତାରିଖ ସୁଦ୍ଧା ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟସ୍ଥି ପ୍ରକ୍ରିୟାକୁ ରଦ୍ଦ କରାଯାଉ ବୋଲି ଗୋଟିଏ ପକ୍ଷ ଯୁକ୍ତି କରିବା ପରେ ପ୍ରଧାନ ବିଚାରପତି କହିଥିଲେ ଯେ ଅଦାଲତ ନିଜେ ଏହି କମିଟି ଗଠନ କରିଥିବାରୁ ଏ ବାବଦ ରିପୋର୍ଟ ଦାଖଲ ପାଇଁ କେବଳ କୋର୍ଟ ହିଁ କହିପାରିବେ । ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ମାମଲା କେବଳ ୧୫୦୦ ବର୍ଗ ଫୁଟ ଜମି ବିବାଦ ନୁହେଁ ଏହା ଦେଶର ଧାର୍ମିକ ଆସ୍ଥା ସହିତ ଜଡ଼ିତ। ଆମେ ଲୋକଙ୍କ ମନ ଓ ହୃଦୟକୁ ଉପଶମ ଦେବାକୁ ପ୍ରୟାସ କରିବୁ ବୋଲି ଖଣ୍ଡପୀଠ କହିଛନ୍ତି।
ଅଯୋଧ୍ୟା ମାମଲା: ମଧ୍ୟସ୍ଥି ପ୍ରକ୍ରିୟା ବିଫଳ ହେଲେ
ଜୁଲାଇ ୨୫ରୁ ଶୁଣାଣି, ୧୮ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2019/07/supreme.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)