ବୋପାୟାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ କଂଗ୍ରେସର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, କାଲି ସକାଳ ୧୦.୩୦ରେ ଶୁଣାଣି

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା କେଜି ବୋପାୟାଙ୍କୁ ବିଧାନସଭାର ପ୍ରୋ-ଟେମ ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା । ତେବେ ଏହାକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି । କଂଗ୍ରେସର ବିଧାୟକ ଆରଭି ଦେଶପାଣ୍ଡେ ବରିଷ୍ଠତମ ବିଧାୟକ ହୋଇଥିବାବେଳେ ରାଜ୍ୟପାଳ ବୋପାୟାଙ୍କୁ ନିଯୁକ୍ତ କରିବାରୁ କଂଗ୍ରେସ ସୁପ୍ରିମକୋର୍ଟରେ ଅଭିଯୋଗ କରିଛି । କୋର୍ଟ ଏହି ଅଭିଯୋଗକୁ ଗ୍ରହଣ କରିବା ସହ ଆସନ୍ତା କାଲି ସକାଳ ୧୦.୩୦ରେ ଏହାର ଶୁଣାଣି କରିବେ । ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିବା ରାଜ୍ୟପାଳଙ୍କ କ୍ଷମତା ପରିସରରେ ଆସୁଥିବାବେଳେ ଚାଲିଆସିଥିବା ପରମ୍ପରା ଅନୁସାରେ ବିଧାନସଭାର ବରିଷ୍ଠତମ ବିଧାୟକଙ୍କୁ ଅସ୍ଥାୟୀ ବାଚସ୍ପତି କରାଯାଇଥାଏ । ନିକଟରେ ହୋଇଥିବା ର୍ନିବାଚନରେ କେଜି ବୋପାୟା କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ବିରାଜାପେଟେ ଆସନରୁ ବିଧାୟକଭାବେ ର୍ନିବାଚିତ ହୋଇଛନ୍ତି ।
ସମ୍ବନ୍ଧିତ ଖବର