ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନଙ୍କ ମାସିକ ଦରମା ପୂର୍ବାପେକ୍ଷା ପାଖାପାଖି ୨୦୦ ପ୍ରତିଶତ ବା ଦୁଇଗୁଣା ବଢ଼ିବାକୁ ଯାଉଛି। ସଂସଦରେ ପାରିତ ହୋଇଥିବା ଏ ସଂକ୍ରାନ୍ତ ଏକ ବିଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ଆଇନ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଆଗରୁ ଦରମା ଆକାରରେ ମାସକୁ ଲକ୍ଷେ ଟଙ୍କା ପାଉଥିବା ବେଳେ ଏଣିକି ତାହା ୨ ଲକ୍ଷ ୮୦ ହଜାର ଟଙ୍କା ହେବ। ସେହିପରି ସୁପ୍ରିମ୍ କୋର୍ଟର ଅନ୍ୟ ବିଚାରପତି ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ସମ୍ପ୍ରତି ୯୦ ହଜାର ଟଙ୍କା ପାଉଥିବା ବେଳେ ଏହା ପରଠାରୁ ସେମାନେ ମାସକୁ ଅଢ଼େଇ ଲକ୍ଷ ଟଙ୍କା ପାଇବେ। ହାଇକୋର୍ଟର ଅନ୍ୟ ବିଚାରପତିମାନଙ୍କ ଦରମା ୮୦ ହଜାର ଟଙ୍କାରୁ ବଢ଼ି ୨ ଲକ୍ଷ ୨୫ ହଜାର ହୋଇଛି। ସପ୍ତମ ବେତନ କମିସନଙ୍କ ସୁପାରିସ ଅନୁଯାୟୀ, ବିଚାରପତିମାନଙ୍କର ଏହି ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୧୬ ଜାନୁଆରି ୧ରୁ ଲାଗୁ ହେବ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି।
ବିଚାରପତିଙ୍କ ଦରମା ଦି’ଗୁଣା ବଢ଼ିଲା
/sambad/media/post_attachments/wp-content/uploads/2018/01/hadiya-love-jihad-case-consent-of-girl-is-important-says-sc-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)