ଜୁହୁ: ସମୁଦ୍ରରେ ୪ ଭାସିଗଲେ

ମୁମ୍ବାଇ: ମୁମ୍ବାଇର ଜୁହୁ ସମୁଦ୍ର ତଟରେ ଗାଧୋଉଥିବା ବେଳେ ୫ ଜଣ ନାବାଳକ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଜଣେ ପହଁରି ପହଁରି କୂଳକୁ ଆସିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିପାରି ନାହିଁ। ସମସ୍ତଙ୍କ ବୟସ ୧୫ରୁ ୧୭ ବର୍ଷ ମଧ୍ୟରେ ହେବ। ମିଳିଥିବା ଖବର ମୁତାବକ, ଗୁରୁବାର ସନ୍ଧ୍ୟାରେ ସମୁଦ୍ର ଅଶାନ୍ତ ଥିବା ସତ୍ତ୍ୱେ ଅନ୍ଧେରୀର ଡିଏନ ନଗରର ଏହି ୫ ଜଣ ନାବାଳକ ଗାଧୋଇବା ପାଇଁ ଯାଇଥିଲେ। ଆଜି ରାତି ସୁଦ୍ଧା ୩ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର