ଜୁଲାଇ ଶେଷ ସପ୍ତାହରେ ଭଲ ବର୍ଷା ହେବା ଯୋଗୁଁ ବୃଷ୍ଟିପାତ ନିଅଣ୍ଟ ପରିମାଣ ୧୧%କୁ ହ୍ରାସ , ଅଗଷ୍ଟରେ ଭଲ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଦେଶରେ ଚଳିତ ବର୍ଷ ଦେଖାଦେଇଥିବା ନିଅଣ୍ଟିଆ ବୃଷ୍ଟିପାତ ପରିସ୍ଥିତିରେ ଉନ୍ନତି ଦେଖାଦେଇଛି । ଏହା ଫଳରେ ଉଭୟ ସରକାର ଓ ଚାଷୀମାନଙ୍କ ମୁଣ୍ଡବ୍ୟଥା କିଛିଟା ଦୂର ହୋଇଛି ।

ଜୁନ ମାସ ଶେଷ ସୁଦ୍ଧା ସାରା ଦେଶରେ ହୋଇଥିବା ବୃଷ୍ଟିପାତ ସ୍ୱାଭାବିକଠାରୁ ୩୫ ପ୍ରତିଶତ କମ ରହିଥିବାବେଳେ ଜୁଲାଇ ଶେଷସୁଦ୍ଧା ଏହି ନିଅଣ୍ଟ ପରିମାଣ ୧୧ ପ୍ରତିଶତକୁ ହ୍ରାସ ପାଇଛି । ଜୁଲାଇ ମାସର ପ୍ରଥମଭାଗରେ ଅଳ୍ପ କିଛି ଅଞ୍ଚଳକୁ ଛାଡିଦେଲେ ସାରା ଦେଶରେ ଭଲ ବୃଷ୍ଟିପାତ ହୋଇଥିବାରୁ ଜୁନ ମାସର ନିଅଣ୍ଟିଆ ପରିସ୍ଥିତିରେ ଉନ୍ନତି ଦେଖାଦେଇଥିଲା । କିନ୍ତୁ ଜୁଲାଇମାସର ୨ୟ ସପ୍ତାହରେ ମୌସୁମୀ ହଠାତ୍‌ ଉଭାନ ହୋଇଯିବାରୁ ପୁଣି ନିଅଣ୍ଟ ପରିମାଣ ବଢିଯାଇଥିଲା ।

odishasuntimes.com

ତେବେ ଜୁଲାଇ ୩ୟ ଓ ୪ର୍ଥ ସପ୍ତାହରେ ଭଲ ବର୍ଷା ହେବାରୁ ସ୍ଥିତିରେ ପୁଣି ଉନ୍ନତି ଦେଖାଦେଇଛି । ଜୁଲାଇ ଶେଷ ସୁଦ୍ଧା ବୃଷ୍ଟିପାତ ସ୍ୱାଭାବିକଠାରୁ ପ୍ରାୟ ୧୧ ପ୍ରତିଶତ କମ ରହିଛି, ଯାହାକି ପାଣିପାଗ ବିଭାଗର ପୂର୍ବାନୁମାନ ସହ ମେଳ ଖାଉଛି । ତେବେ ଶୁଭ ସୂଚନା ହେଉଛି, ଅଗଷ୍ଟରେ ମଧ୍ୟ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର