ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କ ଶଳା ସୁଭାଷ ଯାଦବ । ଲାଲୁଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ସୁଭାଷ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଅପହରଣ ଓ ଦାଦାବଟି କାରବାର ହେଉଥିଲା। ଲାଲୁ ଏହି ଚୁକ୍ତିରେ ସମ୍ପୃକ୍ତ ଥିଲେ ଏବଂ ଲାଞ୍ଚ ରାଶି ସ୍ଥିର କରିଥିଲେ। ମୀସା ଭାରତୀଙ୍କ ବାହାଘର ସମୟରେ ଏକ ଗାଡ଼ି ନିଆଯାଇଥିଲା। ସୁଭାଷ ଯାଦବଙ୍କ ଅଭିଯୋଗକୁ ତାଙ୍କ ବଡ଼ ଭାଇ ସାଧୁ ଯାଦବ ଭିତ୍ତିହୀନ ବୋଲି ଖଣ୍ଡନ କରିଛନ୍ତି। ଆରଜେଡି ବି ଏହି ଅଭିଯୋଗକୁ ଖଣ୍ଡନ କରିଛି। 

Advertisment

ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୁଭାଷ ଯାଦବ କହିଛନ୍ତି, ଲାଲୁଙ୍କ ବାସଭବନରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଅପହରଣ ଯୋଜନା ହେଉଥିଲା ଓ ତାହାର ସମାଧାନ ବି ହେଉଥିଲା । 

ସେ  କହିଛନ୍ତି, "ଅପହରଣଗୁଡ଼ିକର ଯୋଜନା ଓ ସମାଧାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ହିଁ  ହେଉଥିଲା। ଏଥିରେ କୌଣସି ସନ୍ଦେହ ନାହିଁ। ତାହା ହିଁ ସତ ଥିଲା। ଏହି ସତ୍ୟକୁ କେହି ଅସ୍ୱୀକାର କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଥିଲା ସେସବୁର କେନ୍ଦ୍ର ଥିଲା।"

ତେଜସ୍ୱୀ  ଯାଦବ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ସମ୍ପର୍କରେ ସୁଭାଷ ଯାଦବ କହିଛନ୍ତି, ତେଜସ୍ୱୀଙ୍କର କୌଣସି ଭବିଷ୍ୟତ ନାହିଁ। ୨୦୨୫ରେ ସେ ଶୂନ୍ୟ ରେ ଆଉଟ୍ ହେବେ। କ'ଣ କରିଛନ୍ତି ତେଜସ୍ୱୀ ଯାଦବ ? ସେ କାହା ପାଇଁ ଏପରି କରିଛନ୍ତି? ତାଙ୍କ ଦାବିରେ କୌଣସି ସତ୍ୟତା ନାହିଁ। ମୁଁ ମଧ୍ୟ ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବି ନାହିଁ।