ସର୍ଜରୀ ପାଇଁ ରୋଗୀଙ୍କୁ ମିଳୁନଥିଲା ରକ୍ତ: ପ୍ରଥମେ ନିଜ ରକ୍ତ ଦେଇ ‌ପରେ ସର୍ଜରୀ ଆରମ୍ଭ କଲେ ଏହି ଡାକ୍ତର

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ କରୋନା ଆକ୍ରାନ୍ତଙ୍କ ଅପେକ୍ଷା ଅନ୍ୟ ରୋଗୀଙ୍କ ଚିକିତ୍ସାରେ ଅନେକ ବାଧା ସୃଷ୍ଟି ହେଉଥିବା ଦେଖାଯାଇଛି। ମହାମାରୀ ସମୟରେ ବଡ଼ ବଡ଼ ଅସ୍ତ୍ରୋପଚାରରେ ନା ନା ଅସୁବିଧା ଉପୁଜୁଥିବା ଘଟଣା ପୂର୍ବରୁ ସାମ୍ନାକୁ ଆସିଛି। ଏବେ ଦିଲ୍ଲୀରେ ମଧ୍ୟ ସେଭଳି ଏକ ଘଟଣା ଘଟିଥିବା ଜଣା ପଡ଼ିଛି। ଜଣେ ଯୁବକଙ୍କ ସର୍ଜରୀ ହେବାକୁ ଥିବା ବେଳେ ମହାମାରୀ ପାଇଁ ତାଙ୍କୁ ଠିକ୍ ସମୟରେ ରକ୍ତ ମିଳିପାରି ନଥିଲା। ପରିବାର ଲୋକ ରକ୍ତ ଯୋଗାଡ଼ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହି ସମୟରେ ସେମାନଙ୍କ ପାଇଁ ଆଶାର ଆଲୋକ ହୋଇ ଉଭା ହୋଇଥିଲେ ଏମ୍ସର କନିଷ୍ଠ ଡାକ୍ତର ମହମ୍ମଦ ଫୱାଜ୍। ରୋଗୀଙ୍କ ସମସ୍ୟା ବିଷୟରେ ଜାଣିବା ପରେ ‌ସେ ନିଜେ ରକ୍ତ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ଯାହାଦ୍ବାରା ଠିକ୍ ସମୟରେ ଯୁବକଙ୍କ ଅସ୍ତ୍ରୋପଚାର ହୋଇ ପାରିଥିଲା।

indiatoday

ସୂଚନା ମୁତାବକ, ଡାକ୍ତର ଫୱାଜ ସର୍ଜରୀ ବିଭାଗରେ କାମ କରନ୍ତି । ମଙ୍ଗଳବାର ସେପ୍ଟିକ୍ ସକ୍ ରେ ଆକ୍ରାନ୍ତ ଥିବା ରୋଗୀଜଣଙ୍କ ତାଙ୍କ ପତ୍ନୀଙ୍କ ସହ ଏମ୍ସରେ ପହଞ୍ଚିଥିଲେ। ସଂକ୍ରମଣ ରୋଗୀର ଗୋଡରେ ବ୍ୟାପି ଯାଇଥିଲା ଏବଂ ତାଙ୍କୁ ଜରୁରୀକାଳୀନ ଭିତ୍ତିରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର କହିଥିଲେ। ଅସ୍ତ୍ରୋପଚାର ପାଇଁ ରକ୍ତର ଆବଶ୍ୟକତା ରହିଥିବା ବେଳେ ତାଙ୍କ ସମ୍ପର୍କୀୟମାନେ ତୁରନ୍ତ ରକ୍ତ ୟୁନିଟ୍ ସହିତ ଡାକ୍ତରଖାନାରେ ପହଞ୍ଚି ପାରିନଥିଲେ। ଏ ବିଷୟରେ ଜାଣିବା ପରେ ଡାକ୍ତର ମହମ୍ମଦ ଫୱାଜ୍ ନିଜେ ରକ୍ତଦାନ କରିବ‌ା ପାଇଁ ନିଷ୍ପତ୍ତି ନେଇଥିଲେ।

Surgeons led by Indian-origin doctor perform first known US lung ...
ET HealthWorld

ଡାକ୍ତର ଫାୱାଜ କହିଛନ୍ତି ଯେ, “ମୁଁ ଜଣେ ଡାକ୍ତର ଭାବରେ ମୋର କର୍ତ୍ତବ୍ୟ ପାଳନ କରିଛି। ମହାମାରୀ କାରଣରୁ ରକ୍ତ ଅଭାବ ଦେଖାଦେଇଛି ଏବଂ ସେ ସମୟରେ ରୋଗୀକୁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା। ରୋଗୀର ପରିବାର ରକ୍ତ ଆଣିବା ପାଇଁ ବିଳମ୍ବ କରୁଥିଲେ। ରୋଗୀର ପତ୍ନୀ ରକ୍ତ ଦାନ କରିବାର ଅବସ୍ଥାରେ ନଥିଲେ ଏବଂ ତୁରନ୍ତ ରକ୍ତ ୟୁନିଟ୍ ବ୍ୟବସ୍ଥା କରିବାର ଅନ୍ୟ ଉପାୟ ନଥିବାରୁ ମୁଁ ରକ୍ତଦାନ କରିବା ପାଇଁ ମନସ୍ତ କରିଥିଲି। ତେବେ ରକ୍ତଦାନ ପରେ ଏକ ଡାକ୍ତରୀ ଟିମ୍ ରୋଗୀର ଅସ୍ତ୍ରୋପଚାର କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସାମିଲ ଥିଲେ ଡାକ୍ତର ଫୱାଜ।

ସମ୍ବନ୍ଧିତ ଖବର