କୋଲକାତା: ଅଗଷ୍ଟ ୯ ରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତା ତଥା ପୀଡ଼ିତା ପରିବାକୁ ନ୍ୟାୟ ଦାବି  ନେଇ ଜୁନିୟର ଡାକ୍ତରମାନେ ଧାରଣାରେ ବସିଥିଲେ।  ଧାରଣାରେ ବସିଥିବା ଜୁନିୟର ଡାକ୍ତରଙ୍କ ପ୍ରତିନିଧିମଣ୍ଡଳ ମଙ୍ଗଳବାର ପୁଲିସ ଆୟୁକ୍ତ(ଡିସିପି) ବିନିତ ଗୋଏଲଙ୍କୁ ଭେଟିଥିଲେ। 

Advertisment

ବିନିତ ଗୋଏଲଙ୍କୁ ଭେଟିବାକୁ ଯାଇଥିବା ଜୁନିୟର ଡାକ୍ତରଙ୍କ ପ୍ରତିନିଧିମଣ୍ଡଳ ସାଙ୍କେତିକ ଭାବେ ଏକ ମେରୁଦଣ୍ଡର ହାଡ଼ ନେଇ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଉକ୍ତ ହାଡ଼କୁ ସେମାନେ ଡିସିପିଙ୍କ ଟେବୁଲ  ଉପରେ ରଖି ନିଜର ଦାବି ଜଣାଇଥିଲେ ।

ଏହି ହାଡକୁ ରଖି ଜୁନିୟର ଡାକ୍ତରଙ୍କ ପ୍ରତିନିଧିମଣ୍ଡଳ ପୁଲିସ ଅଧିକାରୀଙ୍କ  ନିକଟରେ ଗୁହାରି କରି କହିଥିଲେ, ‘ଦୟାକରି ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କରାଯାଉଥିବା ତଦନ୍ତରେ ପୁଲିସ ମେରୁଦଣ୍ଡର ହାଡକୁ ବିକଶିତ କରୁ। ଏଥିସହିତ ସିବିଆଇ (କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ)କୁ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମାମଲା ହସ୍ତାନ୍ତର କରିବା ପୂର୍ବରୁ ଡିସିପି ନିଜ ପଦରୁ ଇସ୍ତଫା ଦିଅନ୍ତୁ।  ’

ଜୁନିୟର ଡାକ୍ତରଙ୍କ ପ୍ରତିନିଧିମଣ୍ଡଳଙ୍କୁ ଭେଟିବା ପରେ ପୁଲିସ ଆୟୁକ୍ତ(ଡିସିପି) ବିନିତ ଗୋଏଲ ସ୍ବୀକାର କରି କହିଛନ୍ତି, ‘ପୁଲିସର ଅବହେଳା ପାଇଁ ଅଗଷ୍ଟ ୯ ତାରିଖ ଦିନ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି।’

ଡାକ୍ତରମାନଙ୍କ ଦ୍ବାରା ଏଭଳି ସ୍ବତନ୍ତ୍ରଶୈଳୀର ପ୍ରଦର୍ଶନର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଲୋକେ ଖୁବ ସମର୍ଥନ ବି କରୁଛନ୍ତି।