ନୂଆଦିଲ୍ଲୀ : ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଦେଶର ସର୍ବକନିଷ୍ଠ ସାଂସଦ ଦୁଶ୍ୟନ୍ତ ଚୌତାଲା ଆଜି ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଛନ୍ତି। ୨୯ ବର୍ଷୀୟ ଦୂଶ୍ୟନ୍ତ ଆଜି ଅତି ନିଆରା ଢଙ୍ଗରେ ସଂସଦରେ ପହଞ୍ଚିଥିବାରୁ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ହରିଆଣାର ହିସାର ନିର୍ବାଚନ ମଣ୍ଡଳୀରୁ ସେ ଆଇଏନଏଲଡି ଟିକସରେ ନିର୍ବାଚିତ ହୋଇଛନ୍ତି। ତେବେ ସଂସଦ ପରିସରରେ ଥିବା ସୁରକ୍ଷା ଅଧିକାରୀମାନେ ସଂସଦକୁ ଟ୍ରାକ୍ଟର ପ୍ରବେଶର ଅନୁମତି ନାହିଁ ବୋଲି କହି ତାଙ୍କୁ ଅଟକାଇଥିଲେ। କୃଷକମାନଙ୍କ ପ୍ରସଙ୍ଗ ନେଇ ଦୁଶ୍ୟନ୍ତ ଆଜି ସଂସଦକୁ ସବୁଜ ରଙ୍ଗର ଟ୍ରାକ୍ଟର ଚଳାଇ ଯାଇଥିବା କହିଛନ୍ତି। ମୋଟର ଯାନ ଆଇନ ଅଧିନରେ ଟ୍ରାକ୍ଟରକୁ କୃଷି ଯାନ ନୁହେଁ ବୋଲି ଘୋଷଣା କରାଯାଇଥିବାରୁ ଏହାଦ୍ୱାରା ଟ୍ରାକ୍ଟରର ମୂଲ୍ୟ ବଢ଼ିପାରେ ଏବଂ କୃଷକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ କହିଛନ୍ତି।
ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଲେ ଦେଶର ସର୍ବକନିଷ୍ଠ ସାଂସଦ ଦୁଶ୍ୟନ୍ତ
/sambad/media/post_attachments/wp-content/uploads/2017/12/DREE-s0VwAAZzaq.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)