ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ଭାଜପା) ସାଂସଦ ମେନକା ଗାନ୍ଧି ସୋମବାର ମଧ୍ୟ ଦିଲ୍ଲୀର ସଡ଼କ ପାର୍ଶ୍ୱରେ ପଡ଼ିଥିବା ଆହତ ମାଙ୍କଡ଼କୁ ବଞ୍ଚାଇବା ପାଇଁ ସାମ୍ନାକୁ ଆସିଛନ୍ତି। ଏହାପୂର୍ବରୁ ଜଣେ ସାମ୍ବାଦିକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କୁ ଟ୍ୟାଗ୍‌ କରି ଏହି ଆହତ ମାଙ୍କଡ଼ର ଫଟୋ ଟୁଇଟ କରିଥିଲେ।

Advertisment

publive-image

ମେନକା ଗାନ୍ଧିଙ୍କୁ ଟ୍ୟାଗ କରାଯାଇଥିବା ଫଟୋରେ ଲେଖାଯାଇଛି କି, ଏହି ମାଙ୍କଡ଼ଟି ଆହତ ହୋଇଯାଇଛି, ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଦାୟକରି କେହି ଏନ୍‌ଜିଓ ଓ ପଶୁ ଅଧିକାରୀ କାର୍ମକର୍ତ୍ତା ମାଙ୍କଡ଼କୁ ବଞ୍ଚାଇବାକୁ ସାମ୍ନାକୁ ଆସନ୍ତୁ। ଏହି ଘଟଣା ଟି ରାଏସିନା ରୋଡ, ନୂଆଦିଲ୍ଲୀର ସମିପ୍‌ ପ୍ରେସ୍‌ କ୍ଲବ୍‌ ଅଫ ଇଣ୍ଡିଆ ନିକଟରେ ଘଟିଛି।

ବନ୍ୟଜୀବଜନ୍ତୁଙ୍କ ଉପରେ ବିଶେଷ ଧ୍ୟାନ ରଖୁଥିବା ମେନକା ଗାନ୍ଧିଙ୍କୁ ଏହି ଅସୁସ୍ଥ ମାଙ୍କଡ଼ ଫଟୋ ସାମ୍ବାଦିକ ଟ୍ୟାଗ କରିଥିଲେ । ଏହି ଟ୍ୟାଗର ଘଣ୍ଟାକ ମଧ୍ୟରେ ସେ ଜବାବ ଦେଇଥିଲେ। ମେନକା କହିଥିଲେ ମୋତେ ଟ୍ୟାଗ କରିଥିବାରୁ ଧନ୍ୟବାଦ। ମୁଁ ସଞ୍ଜୟ ଗାନ୍ଧି ପଶୁ ଚିକିତ୍ସା କେନ୍ଦ୍ରରୁ ତତ୍କାଳ ମାଙ୍କଡ଼ଟିର ଚିକିତ୍ସା ପାଇଁ ଏକ କାର ସେଠାକୁ ପଠାଉଛି। କାର କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ଯାଇ ପହଞ୍ଚିବ।

ମନେକାଙ୍କ କହିବାନୁସାରେ କାରଟି ଯଥା ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ମାଙ୍କଡ଼କୁ ଚିକିତ୍ସା ପାଇଁ ସେଠାରୁ ନେଇ ଯାଇଥିଲା।