ନିୟମ ଭଙ୍ଗକଲେ ବିଚାରକ ମଣ୍ଡଳୀ: ଚଳିତ ବର୍ଷର ‘ବୁକର’ ପାଇଁ ମାର୍ଗାରେଟ୍‌ ଆଟ୍‌ଉଡ୍‌ ଓ ବର୍ଣ୍ଣାଡିନ୍‌ ଏଭାରିଷ୍ଟୋ ମିଳିତ ବିଜେତା ଘୋଷିତ

ପଞ୍ଚମ ଥର ପାଇଁ ସର୍ଟଲିଷ୍ଟରେ ରହିଥିଲେ ବ୍ରିଟିଶ ଭାରତୀୟ ଔପନ୍ୟାସିକ ସଲ୍‌ମାନ୍‌ ରୁସ୍‌ଦି

ଲଣ୍ଡନ୍‌: ଚଳିତ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ‘ବୁକର୍‌’ ପୁରସ୍କାର କାନାଡାର ଲେଖକା ମାର୍ଗାରେଟ୍‌ ଆଟ୍‌ଉଡ୍‌ ଓ ବ୍ରିଟିଶ୍‌ ଲେଖିକା ବର୍ଣ୍ଣାଡିନ୍‌ ଏଭାରିଷ୍ଟୋ ମିଳିତ ଭାବେ ପାଇବେ। ବୁକର ପୁରସ୍କାରର ବିଚାରକ ମଣ୍ଡଳୀ ୧୯୯୨ ପରେ ପ୍ରଥମ ଥର ପାଇଁ ବୁକର ପୁରସ୍କାର ପାଇଁ ପ୍ରଚଳିତ ଥିବା ନିୟମକୁ ଭଙ୍ଗକରି ଉଭୟ ଲେଖିକାଙ୍କୁ ୨୦୧୯ ବୁକର ପୁରସ୍କାର ପାଇଁ ମିଳିତ ବିଜେତା ରୂପେ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ବୁକର୍‌ ପୁରସ୍କାର ବିଜେତାଙ୍କ ମନୋନୟନ ନିମନ୍ତେ ୬ଟି ପୁସ୍ତକକୁ ନେଇ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ତାଲିକା (ସର୍ଟଲିଷ୍ଟ)ରେ ୧୯୮୧ରେ ନିଜର ‘ମିଡ୍‌ନାଇଟ୍‌ ଚିଲର୍ଡେନ୍‌’ ପାଇଁ ବୁକର ପାଇସାରିଥିବା ବ୍ରିଟିଶ ଭାରତୀୟ ଔପନ୍ୟାସିକ ସଲ୍‌ମାନ୍‌ ରୁସ୍‌ଦିଙ୍କ ଟ୍ରାଜିକମେଡି ‘କ୍ୱିସାର୍ଟ’ ମଧ୍ୟ ସ୍ଥାନ ପାଇଥିଲା।

ତେବେ, ୭୯ ବର୍ଷ ବୟସ୍କା କାନାଡାର ଲେଖକା ମାର୍ଗାରେଟ୍‌ ଆଟ୍‌ଉଡ୍‌ ତାଙ୍କର ‘ଦ ଟେଷ୍ଟାମେଣ୍ଟ’ ପୁସ୍ତକ ପାଇଁ ଓ ବ୍ରିଟିଶ୍‌ ଲେଖିକା ବର୍ଣ୍ଣାଡିନ୍‌ ଏଭାରିଷ୍ଟୋ ତାଙ୍କର ‘ଗର୍ଲ, ଓ୍ଵମେନ୍‌, ଅଦର୍ସ’ ପୁସ୍ତକ ପାଇଁ ୨୦୧୯ର ବୁକର ପୁରସ୍କାର ନିମନ୍ତେ ମିଳିତ ଭାବେ ବିଜେତା ଘୋଷିତ ହୋଇଛନ୍ତି।

ସମ୍ବନ୍ଧିତ ଖବର