ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀରେ ସୀମିତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ସରକାରଙ୍କୁ ଅବଗତ କରାଇବା ପରେ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ଉତ୍ତରପୂର୍ବ ଦିଲ୍ଲୀର ୪ଟି ଅଞ୍ଚଳ ଉପରେ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଫୋକସ୍ କରିଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀରେ ଆସିଥିବା ଅଧିକାଂଶ ମାମଲା ତଥା ଅଧିକାଂଶ ରୋଗୀ କେଉଁଠୁ ଭାଇରସ୍ ସଂକ୍ରମିତ ହୋଇଛନ୍ତି ତାହା ଜଣା ନପଡ଼ିବା ପରେ ବିଶେଷଜ୍ଞମାନେ କହୁଛନ୍ତି, ଏହି ଅଞ୍ଚଳରେ ସୀମିତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି। ଏଠାରେ ୪ଟି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି। ଜିଟିବି ଏନ୍କ୍ଲେଭ୍ର ୨ଟି ବ୍ଲକ୍ ଏବଂ ଦିଲଶାଦ୍ କଲୋନିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।
ପୂର୍ବ ଦିଲ୍ଲୀରେ ସୀମିତ ଗୋଷ୍ଠୀ ସଂକ୍ରମଣ
/sambad/media/post_attachments/wp-content/uploads/2020/04/download-1-8.jpg)