ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ

ଭୁଲ୍‌ ରନ୍‌େଓ୍ଵରେ ଅବତରଣ

ନୂଆଦିଲ୍ଲୀ: କେରଳର ଥିରୁବନନ୍ତପୁରମ୍‌ରୁ ମାଲେ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନ ଆଜି ମାଳଦ୍ୱୀପରେ ଏକ ଭୁଲ୍‌ ରନ୍‌େଓ୍ଵରେ ଅବତରଣ କରିଛି। ଏକ ବଡ଼ ଦୁର୍ଘଟଣାରୁ ବିମାନ ଅଳ୍ପକେ ବର୍ତ୍ତିଥିବା ବେଳେ ସମସ୍ତ ୧୩୬ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ନିର୍ମାଣାଧୀନ ରନ୍‌େଓ୍ଵରେ ବିମାନ ଅବତରଣ ଯୋଗୁଁ ଏହାର ୨ଟି ଟାୟାର ଫାଟି ଯାଇଥିଲା ଏବଂ ବ୍ରେକିଂ ବ୍ୟବସ୍ଥା ମଧ୍ୟ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏୟାରବସ୍‌ ଏ-୩୨୦ ନିଓ ବିମାନ ଭୁଲ୍‌ ରନ୍‌େଓ୍ଵରେ ଅବତରଣ କରିବା ଯୋଗୁଁ ସମସ୍ୟା ଉପୁଜିଥିଲା। ତେବେ କେଉଁ ପରିସ୍ଥିତିରେ ଏଭଳି ଘଟିଲା ସେନେଇ ତଦନ୍ତ ଜାରି ରହିଛି। ଗୋଟିଏ ମାସ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଅଗଷ୍ଟ ମାସରେ ମଧ୍ୟ ଜେଟ୍‌ ଏୟାରେଓ୍ଵର ଏକ ବିମାନ ସାଉଦି ଆରବ୍‌ର ରିୟାଦ୍‌ରୁ ଉଡ଼ାଣ ଚେଷ୍ଟା କରୁଥିବାବେଳେ ରନ୍‌େଓ୍ଵରୁ ଯାଇ ଟ୍ୟାକ୍ସିେଓ୍ଵରେ ପହଞ୍ଚିଥିଲା ଏବଂ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲା।

ସମ୍ବନ୍ଧିତ ଖବର