କୋଲକାତା: କୋଲକାତା ସହରରେ ହିନ୍ଦୀ ସୁପରଷ୍ଟାର ଅମିତାଭ ବଚନ ଏକ କାର୍ରେ ଯାତ୍ରା କରୁଥିବା ବେଳେ ଗାଡ଼ିର ଗୋଟିଏ ପଛ ଚକ ବାହାରିଯାଇଥିଲା। ସୌଭାଗ୍ୟବଶତଃ ବଚନ ଏକ ବଡ଼ ଧରଣର ଅଘଟଣରୁ ନିଶ୍ଚିତ ବର୍ତ୍ତିଯାଇଥିବା ବେଳେ ସଂପୃକ୍ତ କାର୍ଟିକୁ ଯୋଗାଇଥିବା ଟ୍ରାଭେଲ୍ ଏଜେଣ୍ଟ୍ ବିରୋଧରେ ମାମଲା ରୁଜୁ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି।
ସୂଚନାନୁଯାୟୀ, ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ ରଖି ଅମିତାଭ ଗତ ସପ୍ତାହରେ ୨୩ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦ୍ଘାଟନୀରେ ଯୋଗଦେବାକୁ ଆସିଥିଲେ। ଗତ ଶନିବାର ସକାଳେ ସେ ଭଡ଼ାରେ ଆସିଥିବା ଏକ ମର୍ସିଡିଜ୍ କାର୍ରେ କୋଲକାତା ବିମାନ ବନ୍ଦରକୁ ଯାଉଥିଲେ। ତାଙ୍କ ସାଥିରେ ପଶ୍ଚିମବଙ୍ଗର ଜଣେ ବରିଷ୍ଠ ମନ୍ତ୍ରୀ ମଧ୍ୟ ଗାଡ଼ିରେ ଥିଲେ। ସେମାନେ ଡଫରିନ୍ ରୋଡ୍ରେ ଯାଉଥିବା ବେଳେ ହଠାତ୍ କାର୍ର ଗୋଟିଏ ପଛ ଚକ ଖସି ବାହାରିଯାଇଥିଲା। ତେବେ ଗାଡ଼ିଟି ଭାରସାମ୍ୟ ହରାଇ କେଉଁଠି ପିଟି ହେବା ପୂର୍ବରୁ ତାହା ନିୟନ୍ତ୍ରଣକୁ ଆସିଯାଇଥିଲା ଏବଂ ଅମିତାଭ ଅଳ୍ପକେ ବର୍ତ୍ତିଯାଇଥିଲେ। ପରେ ପଛରେ ଆସୁଥିବା ମନ୍ତ୍ରୀଙ୍କ ଗାଡ଼ିରେ ସେ ବିମାନ ବନ୍ଦର ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Amitabh-bachchan-ji.jpg)