ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କ ବିରୋଧରେ ମାମଲା ଆବଣ୍ଟନ ଏବଂ ନ୍ୟାୟିକ ଆଦେଶ ସଂକ୍ରାନ୍ତ କେତେକ ଗୁରୁତର ଅଭିଯୋଗ ଆଣିଥିବା ୪ ବିଚାରପତିଙ୍କ ମଧ୍ୟରୁ ଅନ୍ୟତମ ବରିଷ୍ଠତମ ବିଚାରପତି ରଂଜନ ଗୋଗୋଇ ଆଜି କହିଛନ୍ତି ଯେ ସୁପ୍ରିମ୍ କୋର୍ଟରେ ଏବେ ଯେଉଁ ସ୍ଥିତି ଲାଗି ରହିଛି ତାହାକୁ ଏକ ସଙ୍କଟ ବୋଲି ସେ କହିପାରିବେ ନାହିଁ । ତେବେ ଏ ସଂପର୍କରେ ସେ ଓ ଅନ୍ୟ ୩ ବିଚାରପତି ସାମ୍ବାଦିକ ସମ୍ମିଳନୀରେ ସବୁକିଛି ସ୍ପଷ୍ଟ କରିଥିବାରୁ ଏ ବାବଦରେ ଅଧିକ କିଛି କହିହେବ ନାହିଁ ବୋଲି କହିଥିଲେ। ସଙ୍କଟର ସମାଧାନ କିଭଳି ହେବ ବୋଲି ପଚରାଯିବାରୁ ସେ କହିଥିଲେ ଯେ କୌଣସି ସଙ୍କଟ ନାହିଁ। ସୁପ୍ରିମ୍ କୋର୍ଟର ନ୍ୟାୟିକ ପ୍ରଶାସନରେ ଅନେକ ଅନିୟମିତତା ହେଉଥିବା ବେଳେ ଏହାର ସୁଧାର ପାଇଁ ସେମାନଙ୍କ ଅନୁରୋଧକୁ ପ୍ରଧାନ ବିଚାରପତି କର୍ଣ୍ଣପାତ କରୁନାହାନ୍ତି ବୋଲି ଗୋଗୋଇ ଓ ଅନ୍ୟ ବିଚାରପତିମାନେ ଗତକାଲି କହିଥିଲେ। ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି କେବଳ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ହିଁ କରୁଛନ୍ତି। ଏହାଦ୍ୱାରା ଅନ୍ୟ ବରିଷ୍ଠ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠକୁ ଉପେକ୍ଷା କରାଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ।
କୌଣସି ସଙ୍କଟ ନାହିଁ: ବିଚାରପତି ଗୋଗୋଇ
/sambad/media/post_attachments/wp-content/uploads/2018/01/gogoi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)