ଜଷ୍ଟିସ ପି.କେ. ମହାନ୍ତିଙ୍କ ସମେତ ଲୋକପାଳ କମିଟିର ୮ ସଦସ୍ୟ ଶପଥ ନେଲେ

ନୂଆଦିଲ୍ଲୀ : ଲୋକପାଳ କମିଟିରୀ ପ୍ରଥମ ଅଧ୍ୟକ୍ଷ ଭାବେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷଙ୍କୁ ଗତ ସପ୍ତାହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ପାଠ କରାଇବାପରେ ଆଜି ଜଷ୍ଟିସ୍‌ ଘୋଷ୍‌ ଲୋକପାଳ କମିଟିରେ ଥିବା ଅନ୍ୟ ୮ ଜଣ ସଦସ୍ୟଙ୍କୁ ଶପଥପାଠ କରାଇଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ୮ ଜଣ ସଦସ୍ୟ ଶପଥ ନେଇଛନ୍ତି। ଏହି ୮ ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଜଷ୍ଟିସ୍‌ ପ୍ରଦୀପ କୁମାର ମହାନ୍ତି ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଲୋକପାଳ କମିଟିର ବିଚାର ବିଭାଗୀୟ କ୍ଷେତ୍ରରୁ ଯେଉଁ ୪ ଜଣଙ୍କୁ ନିଯୁକ୍ତି ଦିଆଯାଇଛି‌ ସେଥିରେ ଜଷ୍ଟିସ୍‌ ପ୍ରଦୀପ କୁମାର ମହାନ୍ତି ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର