ଅସ୍ଥାୟୀ ସିବିଆଇ ନିର୍ଦେଶକ ନିଯୁକ୍ତି ବିରୋଧରେ ଆଗତ ଆବେଦନ ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଏକେ ସିକ୍‌ରି

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ର (ସିବିଆଇ) ମୁଖ୍ୟ ଭାବେ ଏମ୍‌ ନାଗେଶ୍ୱର ରାଓଙ୍କୁ ଅସ୍ଥାୟୀ ନିଯୁକ୍ତି ଦେବା ବିରୋଧରେ ଆଗତ ଏକ ପିଟିସନ୍‌ର ଶୁଣାଣିରୁ ଗୁରୁବାର ଦିନ ଜଷ୍ଟିସ୍‌ ଏକେ ସିକ୍‌ରି ଓହରି ଯାଇଛନ୍ତି। ଅବସର ପରେ ଲଣ୍ଡନର ଏକ ଟ୍ରାଇବୁନାଲ୍‌ରେ ନିଯୁକ୍ତି ଲାଗି ଜଷ୍ଟିସ୍‌ ସିକ୍‌ରିଙ୍କ ନାଁ ରହିଥିବା କଥା ଖବର ମିଳିବା ପରେ ସେ ବିବାଦ ଘେରକୁ ଚାଲି ଆସିଛନ୍ତି।

ଆଲୋକ ବର୍ମାଙ୍କୁ ଏଜେନ୍‌ସିର ମୁଖ୍ୟ ପଦବୀରୁ ହଟାଇଥିବା ସିବିଆଇ ସିଲେକ୍‌ସନ୍‌ ପାନେଲ୍‌ରେ ଯୋଗ ଦେବାରୁ ଜଷ୍ଟିସ୍‌ ସିକ୍‌ରି ଯୋଗ ଦେବା ପରେ ଏହି ଖବର ମିଳିଥିଲା। ଏହି ମାମଲାରେ ଜଷ୍ଟିସ୍‌ ସିକ୍‌ରି ସରକାରଙ୍କ ମତ ସପକ୍ଷରେ ଥିଲେ।

କମନ୍‌ କଜ୍‌ ନାମକ ଏନ୍‌ଜିଓ ଏବଂ ସାମାଜିକକର୍ମୀ ଅଞ୍ଜଳି ଭରଦ୍ୱାଜ ଏହି ପିଟିସନ୍‌ ଦାଏର କରିଛନ୍ତି।

ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ମଧ୍ୟ ଏହି ପିଟିସନ୍‌ ଶୁଣାଣିରୁ ଓହରି ଯାଇ କହିଥିଲେ କି, ଜଷ୍ଟିସ୍‌ ଏକେ ସିକ୍‌ରିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଦୁଇ ନମ୍ବର ଅଦାଲତରେ ଏହି ପିଟିସନ୍‌ର ଶୁଣାଣି କରାଯିବା ଉଚିତ।

ସମ୍ବନ୍ଧିତ ଖବର