ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି : ମୋଦୀ ବିଶ୍ୱସ୍ତରୀୟ ଚିନ୍ତା କରନ୍ତି କିନ୍ତୁ ସ୍ଥାନୀୟ ସ୍ତରରେ କାମ କରନ୍ତି

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ନ୍ୟାୟିକ ସମ୍ମିଳନୀର ଉଦଘାଟନ ଅବସରରେ ସୁପ୍ରିମକୋର୍ଟର ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ଅରୁଣ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି | ସେ ମୋଦୀଙ୍କୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଶଂସା ହାସଲ କରିଥିବା ଦୂରଦର୍ଶୀ ଓ ବହୁମୁଖୀ ଦୃଷ୍ଟିଭଙ୍ଗୀ ସମ୍ପନ୍ନ ବ୍ୟକ୍ତି ଭାବେ ଅଭିହିତ କରିଛନ୍ତି |

Photo-PTI

ମୋଦୀ ବିଶ୍ୱସ୍ତରୀୟ ଚିନ୍ତା କରୁଥିବାବେଳେ ସ୍ଥାନୀୟ ସ୍ତରରେ କାର୍ଯ୍ୟ କରୁଥିବାର କହିଛନ୍ତି ଜଷ୍ଟିସ ମିଶ୍ର | ସୁପ୍ରିମକୋର୍ଟରେ ବରିଷ୍ଠତା ଓ ତୃତୀୟ ସ୍ଥାନରେ ଥିବା ଜଷ୍ଟିସ ମିଶ୍ର ଏହି ସମ୍ମିଳନୀରେ କହିଥିଲେ ଯେ ଭାରତ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ହୋଇଥିବା ବେଳେ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ ଯେ ଏହି ଗଣତନ୍ତ୍ର କିଭଳି ସଫଳତା ପୂର୍ବକ କାର୍ଯ୍ୟ କରୁଛି |

ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅନ୍ତରାଷ୍ଟ୍ରୀୟ ସମୁଦାୟରେ ଏକ ଦାୟିତ୍ୱବାନ ସଦସ୍ୟ ଭାବେ କାର୍ଯ୍ୟ କରୁଛି | ସେହିପରି ୧୫୦୦ଟି ଅପ୍ରଚଳିତ ଆଇନକୁ ଆଇନ କାର୍ଯ୍ୟକାରୀତାରୁ ହଟାଇ ଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରଶଂସା କରିଥିଲେ |

ସମ୍ବନ୍ଧିତ ଖବର