ଜଷ୍ଟିସ୍ ବିଭି ନାଗରତ୍ନା ହୋଇପାରନ୍ତି ପ୍ରଥମ ମହିଳା ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଜଷ୍ଟିସ୍ ବି.ଭି. ନାଗରତ୍ନା ୨୦୨୭ରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି। ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ କଲେଜିୟମ୍ ସୁପାରିସ କରିଥିବା ୯ ଜଣ ବିଚାରପତିଙ୍କ ମଧ୍ୟରେ ତାଙ୍କର ନାମ ରହିଛି। ଜଷ୍ଟିସ୍ ନାଗରତ୍ନା ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌.ଭି. ରମଣଙ୍କ ନେତୃତ୍ବରେ ସୁପ୍ରିମ୍‌କୋର୍ଟ କଲେଜିୟମ୍ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦ ଲାଗି ୯ ଜଣଙ୍କ ନାମ ସୁପାରିସ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ନାଗରତ୍ନାଙ୍କ ନାମ ମଧ୍ୟ ସୁପାରିସ କରାଯାଇଛି। ସେ ୨୦୦୮ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇ ଦୁଇବର୍ଷ ତଳେ ସ୍ଥାୟୀ ବିଚାରପତି ଭ‌ାବେ ପଦୋନ୍ନତି ପାଇଥିଲେ। ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ତାଙ୍କ ନିଯୁକ୍ତି ହେଲେ ତାହା ଏକ ଐତିହାସିକ ଘଟଣା ହେବ। ସେ ତାଙ୍କ ପିତା ଇ.ଏସ୍. ଭେଙ୍କଟରମେୟାଙ୍କ ପଦାଙ୍କ ଅନୁସରଣ କରିବେ, ଯିଏ ୧୯୮୯ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ଥିଲେ।

ସମ୍ବନ୍ଧିତ ଖବର