ବିଜୟଓ୍ଵାଡ଼ା: ଆଜି ନବଗଠିତ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାପତି ଭାବେ ଜଷ୍ଟିସ ସି ପ୍ରବୀଣ କୁମାର ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ଆଜି ଠାରୁ ଦେଶର ୨୫ତମ ହାଇକୋର୍ଟ ଭାବେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଭାରତ ଇତିହାସରେ ସ୍ଥାନ ପାଇଛି।
Swearing-in ceremony of the newly appointed Andhra Pradesh High Court Chief Justice C Praveen Kumar and other judges being held at Indira Gandhi Municipal Stadium in the presence of CM N Chandrababu Naidu & Governor ESL Narasimhan pic.twitter.com/mcPA0j0wA5
— ANI (@ANI) January 1, 2019
ଆଜି ବିଜୟଓ୍ଵାସ୍ଥିତି ଇନନ୍ଦିରାଗାନ୍ଧୀ ନଗର ନିଗମ ଷ୍ଟାଡିିୟମ ଠାରେ ଆୟୋଜିତଏକ ଭବ୍ୟ ଶପଥଗ୍ରହଣ ଉତ୍ସବରେ ରାଜ୍ୟପାଳ ଇଏସଏଲ ନରସିହ୍ମନ ଜଷ୍ଟିସ ସି ପ୍ରବୀଣ କୁମାରଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ମୁଖ୍ୟବିଚାରପତି ଜଷ୍ଟିସ ସି ପବୀଣ କୁମାରଙ୍କ ସହିତ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପାଇଁ ମୋଟ୍ ୧୪ ଜଣ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଶପଥଗ୍ରହଣ ଉତ୍ସବରେ ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ , ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବରିଷ୍ଠ ଅଧିକାରୀ, ଆନ୍ଧ୍ରପ୍ରଦେଶ ମନ୍ତ୍ରୀମଣ୍ଡଳର ବରିଷ୍ଟ ମନ୍ତ୍ରୀଙ୍କ ସହିତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।