ନୂଆଦିଲ୍ଲୀ: ଗତ ନଭେମ୍ବର ୩୦ ତାରିଖରେ ଅବସର ଗ୍ରହଣ କରିଥିବା ସୁପ୍ରିମ୍ କୋର୍ଟର ଅନ୍ୟତମ ବରିଷ୍ଠତମ ବିଚାରପତି ଜଷ୍ଟିସ କୁରିଆନ ଯୋଶେଫ୍ ଏବେ ପୁଣିଥରେ ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଏକ ବୟାନ ରଖିଛନ୍ତି। ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବରେ ସୁପ୍ରିମ୍ କୋର୍ଟ ଠିକ୍ ପଥରେ ପରିଚାଳିତ ହେଉନଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ଅନେକ ଦିଗଗୁଡ଼ିକୁ ଠିକ୍ ପଥରେ ନେବାପାଇଁ ଆମେ ଦୀପକ ମିଶ୍ରଙ୍କ ନଜରକୁ ଆଣିଥିଲୁ। କିନ୍ତୁ କୌଣସି ଫଳ ମିଳିଲାନି। ଅନ୍ୟପକ୍ଷରେ ସୁପ୍ରିମ୍ କୋର୍ଟଙ୍କ ବିରୋଧରେ କରିଥିବା ସାମ୍ବାଦିକ ସମ୍ମିଳନୀ ପାଇଁ କୌଣସି ପଶ୍ଚାତାପ ନାହିଁ ବୋଲି ଜଷ୍ଟିସ୍ ଯୋଶେଫ କହିଛନ୍ତି। ଚଳିତବର୍ଷ ଜାନୁଆରି ୧୨ରେ ଜଷ୍ଟିସ୍ ଯୋଶେଫ୍ଙ୍କ ସମେତ ୪ ଜଣ ବିଚାରପତି ସାମ୍ବାଦିକ ସମ୍ମିଳନୀ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp