ଜ‌ଷ୍ଟିସ୍ ମିଶ୍ରଙ୍କ ଯୁଗାନ୍ତକାରୀ ରାୟ

ନୂଆଦିଲ୍ଲୀ: ଜଷ୍ଟିସ୍ ଦୀପକ ମିଶ୍ର ତାଙ୍କର ୧୩ ମାସର କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କାର୍ଯ୍ୟକାଳ ଶେଷ ହେବାକୁ କିଛିଦିନ ବାକି ଥିବା ପୂର୍ବରୁ ସେ ଅନେକ ଗୁରୁତ୍ବପୂର୍ଣ୍ଣ ଖଣ୍ଡପୀଠରେ ରହି ଏକାଧିକ ରାୟ ପ୍ରଦାନ କରିଛନ୍ତି। ତେବେ ଜଷ୍ଟିସ୍ ମିଶ୍ର ଥିବା ଖଣ୍ଡପୀଠଙ୍କ ଦ୍ବାରା ଦିଆଯାଇଥିବା କିଛି ପ୍ରମୁଖ ରାୟ ଉପ‌େର ଉପସ୍ଥାପନା…

୧. ପଦୋନ୍ନତିରେ ସଂରକ୍ଷଣ କ୍ଷେତ୍ରରେ ଜଷ୍ଟିସ୍ ମିଶ୍ର ଏବଂ ଜଷ୍ଟିସ୍ ଦଲବୀର ଭଣ୍ଡାରୀ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ କାଏମ ରଖିଥିଲେ। ସରକାରଙ୍କ ନିଷ୍ପତ୍ତି ମୁତାବକ ପ‌େଦାନ୍ନତି ମିଳିବ ବୋଲି ହାଇକୋର୍ଟ କହିଥିଲେ।
୨. ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ୟାକୁବ ମେମନର ଆବେଦନକୁ ଜଷ୍ଟିସ୍ ମିଶ୍ର ଥିବା ଖଣ୍ଡପୀଠ ଖାରଜ କରିଦେଇଥିଲେ। ଏମିତି କି ୟାକୁବର ଅନ୍ତିମ ଆବେଦନ ଉପ‌େର ଖଣ୍ଡପୀଠ ରାତିଅଧିଆ ଶୁଣାଣି କରି ଶେଷରେ ଖାରଜ କରିଦେଇଥିଲେ। ଖଣ୍ଡପୀଠ କହିଥିଲେ, ଆମେ ଯଦି ୟାକୁବର ମୃତ୍ୟୁଦଣ୍ଡାଦେଶକୁ କୋହଳ କରୁ, ତେବେ ଏ‌ହା ନ୍ୟାୟ ପ୍ରତି ଅସମ୍ମାନ ହେବ।
୩. ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ ରଖିଥିଲେ।
୪. ଜଷ୍ଟିସ୍ ମିଶ୍ରଙ୍କ ଖଣ୍ଡପୀଠ କାବେରୀ ନଦୀକୁ ନେଇ ରହିଥିବା ୧୨୦ ବର୍ଷର ପୁରୁଣା ବିବା‌ଦର ଫଏସଲା କରିଥିଲେ। ନଦୀକୁ ଖଣ୍ଡପୀଠ ରାଷ୍ଟ୍ରୀୟ ସଂପତ୍ତି ବୋଲି ଘୋଷଣା କରିଥିଲେ। ଏହା ରାଜ୍ୟର ସଂପତ୍ତି ନୁହେଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଥିଲା।
୫. ଆଉ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ଜଷ୍ଟିସ୍ ମିଶ୍ରଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଧାରା ୩୭୭କୁ ଅପରାଧମୁକ୍ତ କରିଥିଲେ। ଫଳରେ ସମଲିଙ୍ଗୀ ଲୋକମାନଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା।
୬. ହିନ୍ଦୀ ଚଳଚ୍ଚିତ୍ର ‘ପଦ୍ମାବତ୍’ ଉପରେ ନିଷେଧାଦେଶ ଲାଗୁ ପାଇଁ ସୁପ୍ରିମ୍ ‌େକାର୍ଟ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
୭. ଲଭ୍ ଜିହାଦ୍ ମାମଲାରେ ଖଣ୍ଡପୀଠ ‌େକରଳ ମୁସଲିମ୍ ଝିଅ ହାଦିୟାର ବିବାହକୁ କାଏମ ରଖିଥିଲେ।
୮. ଜଷ୍ଟିସ୍ ମିଶ୍ର ଏକ ଗୁରୁତ୍ବପୂର୍ଣ୍ଣ ରାୟ‌ ବେଳେ ଭିଡ଼ ହିଂସାକୁ ପ୍ରବଳ ବିରୋଧ କରିଥିଲେ। ଏଥିପାଇଁ ଅନେକ ମାର୍ଗଦର୍ଶିକା ଜାରି କରିଥିଲେ।
୯. ସମ୍ବିଧାନର ଧାରା ୧୯ (୨) ଅଧୀନରେ ବାଚନିକ ଅଧିକାରର ଦ୍ବାହି ଦେଇ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କର ମାନହାନି କରିପାରିବେ ନାହିଁ ବୋଲି ସୁପ୍ରିମ୍ କୋର୍ଟ ରାୟ ଦେଇଥିଲେ।
୧୦. ଜଷ୍ଟିସ ମିଶ୍ର ଏକ ରାୟରେ କହିଥିଲେ, ଯଦି ସିନେମା ହଲରେ ଜାତୀୟ ସଂଗୀତ ବାଜେ, ତେବେ ଏହାକୁ ସମ୍ମାନ ଜଣାଇ ଲୋକମାନେ ଠିଆ ହେବା ଆବଶ୍ୟକ। ଏ ବାବଦରେ ନିଜ ପୂର୍ବ ରାୟକୁ ଖଣ୍ଡପୀଠ କୋହଳ କରିଥିଲେ।
୧୩. ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ସୁପ୍ରିମ୍ କୋର୍ଟ ରାୟ ଦେଇଥିଲେ। ଆଇପସି ଧାରା ୪୯୭ ଏବଂ ସିଆରପିସି ଧାରା ୧୯୮ ଅସାମ୍ବିଧାନିକ ବୋଲି ଖଣ୍ଡପୀଠ କହିଥିଲେ।
୧୪. ଏହା ବାଦ୍, ଆଧାର, ଭୀମା କୋରେଗାଓଁ ହିଂସା ମାମଲା, ଆଇନପ୍ରଣେତାଙ୍କ ଓକିଲାତି ଅଧିକାର, ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ, ଏସସି/ଏସଟିଙ୍କୁ ଚାକିରିରେ ପଦୋନ୍ନତି ସଂରକ୍ଷଣ ଭଳି ମାମଲାରେ ମଧ୍ୟ ଜଷ୍ଟିସ୍ ମିଶ୍ରଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର