ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ବି. ଆର୍. ଗୱାଇ ଶୁକ୍ରବାର ସୁପ୍ରିମକୋର୍ଟର ୨ ଜଣ ନୂଆ ବିଚାରପତି ଜଷ୍ଟିସ ଆଲୋକ ଆରାଧେ ଏବଂ ଜଷ୍ଟିସ ବିପୁଲ ଏମ୍ ପଞ୍ଚୋଲିଙ୍କୁ ଶପଥ ପାଠ କରାଇଛନ୍ତି। ଉକ୍ତ ୨ ନୂଆ ବିଚାରପତିଙ୍କ ଶପଥ ସହ ସୁପ୍ରିମକୋର୍ଟରେ ମୋଟ୍ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ଏହା ମଧ୍ୟ ସୁପ୍ରିମକୋର୍ଟର ମୋଟ୍ ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ସହ ସମାନ। ଉଲ୍ଲେଖଯୋଗ୍ୟ, ବମ୍ବେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆଲୋକ ଆରାଧେ ଏବଂ ପାଟନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ବିପୁଲ ଏମ ପଞ୍ଚୋଲିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି କରିବାପାଇଁ ସୁପ୍ରିମକୋର୍ଟ କଲେଜିୟମ ଗତ ୨୫ ତାରିଖରେ ସୁପାରିସ କରିବାର ୪୮ ଘଣ୍ଟା ମଧ୍ୟରେ ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟ ଏହି ସୁପାରିସକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଉଲ୍ଳେଖଯୋଗ୍ୟ, ଜଷ୍ଟିସ ପଞ୍ଚୋଲିଙ୍କ ନିଯୁକ୍ତି ବିବାଦୀୟ ହୋଇପଡ଼ିଥିଲା। ଜଷ୍ଟିସ ବି ଭି ନାଗରତ୍ନା ପଞ୍ଚୋଲିଙ୍କ ପଦୋନ୍ନତି ବିରୋଧରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ନିଯୁକ୍ତି ପ୍ରଶାସନ ପ୍ରତି ପ୍ରତିକୂଳ ଏବଂ ଏହା କଲେଜିୟମ ବ୍ୟବସ୍ଥାର ବିଶ୍ବସନୀୟତାକୁ ସଙ୍କଟରେ ପକାଇବ।
ଜଷ୍ଟିସ ପଞ୍ଚୋଲିଙ୍କ ସମେତ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି ଶପଥ ନେଲେ
ପ୍ରଧାନ ବିଚାରପତି ବି. ଆର୍. ଗୱାଇ ଶୁକ୍ରବାର ସୁପ୍ରିମକୋର୍ଟର ୨ ଜଣ ନୂଆ ବିଚାରପତି ଜଷ୍ଟିସ ଆଲୋକ ଆରାଧେ ଏବଂ ଜଷ୍ଟିସ ବିପୁଲ ଏମ୍ ପଞ୍ଚୋଲିଙ୍କୁ ଶପଥ ପାଠ କରାଇଛନ୍ତି। ଉକ୍ତ ୨ ନୂଆ ବିଚାରପତିଙ୍କ ଶପଥ ସହ ସୁପ୍ରିମକୋର୍ଟରେ ମୋଟ୍ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।
/sambad/media/media_files/2025/08/30/dagdgagcvz-2025-08-30-03-54-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)