ଦିଲ୍ଲୀ : ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଶ୍ରୀମତୀ ରଞ୍ଜନା ପ୍ରକାଶ ଦେଶାଇ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି। ଏହି ପଦବି ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା। ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ୍ ଶ୍ରୀମତୀ ଦେଶାଇଙ୍କ ପୂର୍ବରୁ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ସିକେ ପ୍ରସାଦ ଏହି ପଦବିରେ ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ରହିଥିଲେ। ଜଷ୍ଟିସ୍ ଶ୍ରୀମତୀ ଦେଶାଇ ସୁପ୍ରିମକୋର୍ଟର ବିଚାରପତି ଭାବେ ୧୩ ସେପ୍ଟେମ୍ବର ୨୦୧୧ ରୁ ୨୯ ଅକ୍ଟୋବର ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟରୁ ଅବସର ପରେ ସେ ‘ଆପିଲେଟ୍ ଟିବ୍ୟୁନାଲ୍ ଫର୍ ଇଲେକ୍ଟ୍ରିସିଟି’ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ।
ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ହେଲେ ପ୍ରେସ୍ କାଉନସିଲ୍ ଅଧ୍ୟକ୍ଷା
/sambad/media/post_attachments/wp-content/uploads/2022/06/justice-ranjana-desai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)