ଜଷ୍ଟିସ ଏସ ବିମଳା ତାମିଲନାଡୁର ୧୮ ଜଣ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ

ଚେନ୍ନାଇ: ଅଯୋଗ୍ୟ ଘୋଷିତ ତାମିଲନାଡୁର ୧୮ ଜଣ ବିଧାୟକଙ୍କ ରାଜନୈତିକ ଭାଗ୍ୟର ନିଷ୍ପତ୍ତି ନେବେ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ ବିମଳା। ଗତ ଜୁନ ୪ ତାରିଖ ଦିନ ଏହି ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଏମ ସୁନ୍ଦରଙ୍କୁ ନେଇ ଗଠିତ ଦୁଇଜଣିଆ ବେଞ୍ଚ ଖଣ୍ଡିତ ରାୟ ଦେବା ପରେ ଜଣେ ତୃତୀୟ ବିଚାରପତିଙ୍କ ନିଷ୍ପତ୍ତି ଏ ନେଇ ଶେଷ ନିଷ୍ପତ୍ତି ହେବ ବୋଲି କୂୁହାଯାଇଥିଲା। ଏପରିକି ନିଜେ ଜଷ୍ଟିସ ବାନାର୍ଜୀ ଏହି ଖଣ୍ଡିତ ରାୟର ଅଂଶ ହୋଇଥିିବାରୁ ସେ ନିଜେ ତୃତୀୟ ଜଜ୍‌ ନିଯୁକ୍ତି ନ ଦେଇ ମାଡ୍ରାସ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏଚ ଜି ରମେଶ ମାମଲାର ବିଚାର ପାଇଁ ତୃତୀୟ ବିଚାରପତିଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରିଥିଲେ। ଏହି କ୍ରମେରେ ଜଷ୍ଟି ରମେଶ ତୃତୀୟ ବିଚାରପତି ଭାବେ ଏସ ବିମଳାଙ୍କୁ ନିଯୁକ୍ତି ଦେଇଛନ୍ତି। ତେଣୁ ତାମିଲନାଡୁ ବିଧାନସଭାର ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ୧୮ ଜଣ ବିଧାୟକଙ୍କ କ୍ଷେତ୍ରରେ ଜଷ୍ଟିସ ଏସ ବିମଳା ନିର୍ଣ୍ଣାୟକ କାରକ ହେବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ ଯେ ତାମିଲନାଡୁ ବିଧାନସଭାର ବାଚସ୍ପତି ପି ଧନପାଲ ୨୦୧୭ ମସିହା ସେପ୍ଟେମ୍ବର ମାସରେ ଏଆଇଏଡିଏମକେର ୧୮ ଜଣ ବିଧାୟକଙ୍କୁ ଦଳବଦଳ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିବା ସହିତ ସେହି ବିଧାନସଭା ଆସନକଗୁଡ଼ିକ ଖାଲିି ପଡ଼ିଥିବା ଗେଜେଟ୍‌ ନୋଟିଫିକେସନ କରିଥିଲେ। ପରେଏହି ଅଯୋଗ୍ୟ ଘୋଷିତ ବିଧାୟକମାନେ ବାଚସ୍ପତିଙ୍କ ରାୟ ବିରୋଧରେ ମାଡ୍ରାସ ହାଇକୋର୍ଟର୍ରେ ଅପିଲ କରିଥିଲେ।ଗତ ଜୁନ୍‌ ୪ ତାରିଖ ଦିନ ମାଡ୍ରସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଏମ ସୁନ୍ଦର ମାମଲାର ଶୁଣାଣି କରିଥିଲେ। ଜଷ୍ଟିସ ବାନାର୍ଜୀ ବାଚସ୍ପତିଙ୍କ ରାୟ ସପକ୍ଷରେ ନିଜ ମତ ଦେଇଥିବା ବେଳେ ଜଷ୍ଟିସ ସୁନ୍ଦର ବିଧାୟକମାନଙ୍କ ସପକ୍ଷରେ ରାୟ ଦେଇଥିଲେ। ତେଣୁ ଏପରି ଖଣ୍ଡିିତ ରାୟ ଆସିବା ପରେ ଅନ୍ୟ ଜଣେ ବିଚରପତି ଏହି ମାମଲାର ବିଚାର କରିବେ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ବାନାଜୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର