ନୂଆଦିଲ୍ଲୀ: ସୋମବାର ଦିନ ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବ୍ଡ଼େ। ରାଷ୍ଟ୍ରପତି ଭବନରେ ନିର୍ଦ୍ଧାରିତ ସମୟ ସକାଳ ୯: ୩୦ ମିନିଟ୍ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି।
ବିଦାୟୀ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅକ୍ଟୋବର ୧୮ ତାରିଖ ଦିନ ତାଙ୍କର ଉତ୍ତରାଧିକାରୀ ଭାବେ ଶୀର୍ଷ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି ଏସ୍ଏ ବୋବ୍ଡେଙ୍କ ନାମ ସୁପାରିସ କରିଥିଲେ।
ପ୍ରାୟ ୧୮ ମାସ ପ୍ରଧାନ ବିଚାରପତି ଭାବେ କାମ କରିବା ପରେ ବିରାପତି ଏସ୍ଏ ବୋବ୍ଡେ ୨୦୨୧ ମସିହା ଏପ୍ରିଲ୍ ୨୩ ତାରିଖ ଦିନ ଅବସର ଗ୍ରହଣ କରିବେ।
Image Source: India Today୧୯୫୬ ମସିହା ଏପ୍ରିଲ ୨୪ ତାରିଖ ଦିନ ନାଗପୁରରେ ଜନ୍ମିତ ଜଷ୍ଟିସ୍ ବୋବ୍ଡେ ସ୍ନାତକ ଶେଷ କରି ନାଗପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରିଥିଲେ। ୧୯୭୮ ମସିହାରେ ସେ ମହାରାଷ୍ଟ୍ର ବାର୍ କାଉନ୍ସିଲ୍ର ରୋଲ୍ରେ ଏନ୍ରୋଲ୍ ହୋଇ ୧୯୯୮ରେ ବରିଷ୍ଠ ଆଡ୍ଭୋକେଟ୍ ମାନ୍ୟତା ପାଇଥିଲେ।
୨୦୦୦ ମସିହା ମାର୍ଚ ୨୯ ତାରିଖଦରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ସେ ବିଚାରପତି ଭାବେ କାମ ଆରମ୍ଭ କରିଥିଲେ। ୨୦୧୨ ମସିହା ଅକ୍ଟୋବର ୧୬ ତାରିଖ ଦିନ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ।
୨୦୧୩ ମସିହା ଏପ୍ରିଲ୍ ୧୨ ତାରିଖ ଦିନ ସେ ସୁପ୍ରିମ୍ କୋର୍ଟର ବିଚାରପତି ପାହ୍ୟାକୁ ଉନ୍ନିତ ହୋଇଥିଲେ। ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ଶୁଣାଇଥିବା ୫ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠରେ ମଧ୍ୟ ସେ ଅନ୍ତର୍ଭୁକ୍ତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/b.jpg)