ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି। ନଭେମ୍ବର ୧୧ତାରିଖରୁ ଏହି ନିଯୁକ୍ତି ଆଦେଶ କାର୍ଯ୍ୟକାରୀ ହେବ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଖାନ୍ନାଙ୍କ ନାମ ସୁପାରିସ କରିଥିଲେ ଏବଂ କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଵାଲ ଆଜି ସନ୍ଧ୍ୟାରେ ପ୍ରଧାନ ବିଚାରପତିଭାବେ ଜଷ୍ଟିସ୍ ଖାନ୍ନାଙ୍କ ନିଯୁକ୍ତି ସଂକ୍ରାନ୍ତ ଘୋଷଣା କରିଛନ୍ତି।
ଭାରତୀୟ ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତାର ବ୍ୟବହାର କରି ରାଷ୍ଟ୍ରପତି ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତି ଦେଇଛନ୍ତି ବୋଲି ମେଘୱାଲ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ଗ୍ରହଣ କରିବେ ଏବଂ ନଭେମ୍ବର ୧୧ରୁ ଜଷ୍ଟିସ ଖାନ୍ନା ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/25/giyNgZMnZ8VfBUVNTTdX.jpg)