ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଜ‌ଷ୍ଟିସ୍‌ ସଞ୍ଜୀବ ଖାନ୍ନା। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ ଅବସର ନେବା ପରେ ସେମବାର ଦିନ ରାଷ୍ଟ୍ରପତି ଭବନରେ ସେମାବାର ଦେଶର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ। 

Advertisment

ଜଷ୍ଟିସ୍ ଖାନ୍ନାଙ୍କ ନାମ ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ସୁପାରିସ୍‌ କରିଥିଲେ। ଯିଏକି ନଭେମ୍ବର ୧୦ ତାରିଖରେ ୬୫ ବର୍ଷ ବୟସରେ ଏହି ପଦରୁ ଅବସର ନେଇଛନ୍ତି। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଆସନ୍ତାବର୍ଷ ମେ ମାସେ ୧୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ଭାର ସମ୍ଭାଳିବେ।

୧୯୬୦ ମସିହା ମେ ୧୪ ତାରିଖରେ ଜନ୍ମ ହୋଇଥିବା ଜଷ୍ଟିସ ସଞ୍ଜୀବ ଖାନ୍ନା ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଲ ସେଣ୍ଟର୍‌ରେ ଆଇନ ଅଧ୍ୟୟନ କରିଥିଲେ।  ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଜଣେ ତୃତୀୟ ପିଢ଼ିର ଓକିଲ ଥିଲେ। ସେ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

୨୦୧୯ ମସିହା ଜାନୁଆରି ମାସ‌ରେ ଜଷ୍ଟିସ ଖାନ୍ନା ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇଥିଲେ। ସେ ସର୍ବୋଚ୍ଚ ନ୍ୟାୟାଳୟର କାର୍ଯ୍ୟକାଳ ମଧ୍ୟରେ ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଜାମିନ ଆବେଦନ ଶୁଣାଣି କରିବା ସହିତ ଅନେକ ରାଜନୈତିକ ସମ୍ବେଦନଶୀଳ ମାମଲାର ବିଚାର କରିଛନ୍ତି। 

ସମ୍ବିଧାନିକ ଖଣ୍ଡପୀଠର ଏକ ଅଂଶ ଭାବରେ ଜଷ୍ଟିସ୍ ଖାନ୍ନା ଧାରା ୩୮୭୦ ରଦ୍ଦ ଏବଂ ନିର୍ବାଚନ ବଣ୍ଡ ମାମଲା ସମେତ ଅନେକ ବିଚାରରେ ସହଯୋଗ କରିଛନ୍ତି।

ଜଷ୍ଟିସ୍ ଖାନ୍ନାଙ୍କ ବେଞ୍ଚ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ସ (VVPATs) ସହ ଜଡିତ ପ୍ରସଙ୍ଗଗୁଡ଼ିକର ମଧ୍ୟ ମୁକାବିଲା କରିଥିଲା।