ରାତି ୮ଟା ପର୍ଯ୍ୟନ୍ତ ବସି ଦିନକରେ ୧୯୦ରୁ ଊର୍ଦ୍ଧ୍ବ ମାମଲାର ଶୁଣାଣି କଲେ ବମ୍ବେ ହାଇକୋର୍ଟର ବିଚାରପତି ଏସ୍‌.ଏସ୍‌. ସିନ୍ଧେ ଖଣ୍ଡପୀଠ

ନୂଆଦିଲ୍ଲୀ: ଗୁରୁବାର ସକାଳ ୧୦.୩୦ରୁ ରାତି ୮ଟା ପର୍ଯ୍ୟନ୍ତ ବସି ୧୯୦ରୁ ଊର୍ଦ୍ଧ୍ବ ମାମଲାର ଶୁଣାଣି କରିଥିବା ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ଏସ୍‌. ଏସ୍‌. ସିନ୍ଧେଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ଅଜସ୍ର ପ୍ରଶଂସା କରିଛନ୍ତି।

ତାଙ୍କ ଚେମ୍ବର୍‌ ଫଟୋ ସହ କିରେନ୍‌ ରିଜିଜୁ ଟୁଇଟ୍‌ କରି ଲେଖିଛନ୍ତି, ବମ୍ବେ ହାଇକୋର୍ଟର ବିଚାରପତି ଏସ୍‌ଏସ୍‌ ସିନ୍ଧେ ଗତକାଲି ୧୯୦ରୁ ଅଧିକ ମାମଲାର ଶୁଣାଣି ଶେଷ କରିଥିବା ଜାଣି ଖୁବ୍‌ ଆନନ୍ଦିତ। ସକାଳ ୧୦.୩୦ରୁ ରାତି ୮ଟା ପର୍ଯ୍ୟନ୍ତ ସେ ଖଣ୍ଡପୀଠରେ ବସିଥିଲେ।

‘ବାର୍‌ ଆଣ୍ଡ୍‌ ବେଞ୍ଚ୍‌’ ରିପୋର୍ଟ ଅନୁସାରେ, ଖଣ୍ଡପୀଠଙ୍କ ପାଖରେ ୨୦୦ରୁ ଅଧିକ ମାମଲା ଶୁଣାଣି ଥିଲା। ହାଇକୋର୍ଟଙ୍କ କାର୍ଯ୍ୟ ସମୟ ଅବଧି ସକାଳ ୧୦.୩୦ରୁ ଅପରାହ୍ଣ ୪.୩୦ ପର୍ଯ୍ୟନ୍ତ ଚାଲେ। ଏତିକି ସମୟ ମଧ୍ୟରେ ମାମଲା ସମସ୍ତ ମାମଲା ଶୁଣାଣି ସମ୍ଭବପର ନୁହେଁ। ତେଣୁ, କାର୍ଯ୍ୟ ସମୟ ଅବଧି ବାହାରେ ମାମଲାଗୁଡ଼ିକର ଶୁଣାଣି ପାଇଁ ଖଣ୍ଡପୀଠ ସ୍ଥିର କରିଥିଲେ।

ବିଳମ୍ବିତ ସମୟ ପର୍ଯ୍ୟନ୍ତ ବସି ମାମଲା ଶୁଣାଣି କରିବା ବମ୍ବେ ହାଇକୋର୍ଟ ପାଇଁ ନୂଆ କଥା ନୁହେଁ। ନିକଟ ଅତୀତରେ ଅବସର ଗ୍ରହଣ କରିଥିବା ବିଚାରପତି ଏସ୍‌ଜେ କଠାୱାଲା ମଧ୍ୟ ଦିନକରେ ୧୫୦ଟି ମାମଲାର ଶୁଣାଣି କରିଥିଲେ।

ସମ୍ବନ୍ଧିତ ଖବର