ହାଇଦ୍ରାବାଦ: ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାପତି ଭାବେ ଜଷ୍ଟିସ ଟି ଭାସ୍କରନ ନାୟାର ରାଧାକ୍ରିଷ୍ଣନ ଶପଥ ଗ୍ରହଣ କରିଛନ୍ତି। ଆଜି ରାଜଭବନଠାରେ ଅନୁଷ୍ଠିତ ଏକ ନିରାଡମ୍ବର ଶପଥଗ୍ରହଣ ଉତ୍ସବରେ ରାଜ୍ୟପାଳ ଇଏସଏଲ ନରସିହ୍ମନ ଜଷ୍ଟିସ ଟି ଭାସ୍କରନ ନାୟାର ରାଧାକ୍ରିଷ୍ଣନଙ୍କୁ ତେଲେଙ୍ଗାନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି ଶପଥଗ୍ରହଣ ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏକେ ଚନ୍ଦ୍ରଶେଖର ରାଓ , ତେଲେଙ୍ଗାନା ହାଇକୋର୍ଟର ବରିଷ୍ଠ ଅଧିକାରୀ, ତେଲେଙ୍ଗାନା ମନ୍ତ୍ରୀମଣ୍ଡଳର ବରିଷ୍ଟ ମନ୍ତ୍ରୀଙ୍କ ସହିତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ଆନ୍ଧ୍ରପଦେଶ ବିଭକ୍ତ ହୋଇ ଦୁଇଟି ରାଜ୍ୟ ତେଲେଙ୍ଗାନା ଓ ଆନ୍ଧ୍ରପଅଦେଶ ହୋଇଥିଲା। ତେବେ ଏହି ଦୁଇଟି ରାଜ୍ୟର ଗୋଟିଏ ହାଇକେୋର୍ଟ ହାଇଦଆବାଦଠାରେ ଥିଲା। ତେବେ ଆଜି ଠାରୁ ଆନ୍ଧ୍ରପ୍ରଦେଶରେ ଦେଶର ୨୫ତମ ହାଇକୋର୍ଟ କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସି ପ୍ରବୀଣ କୁମାର ଶପଥ ନେଇଛନ୍ତି। ତେବେ ଅବିଭକ୍ତ ହାଇଦାବାଦ ହାଇକେଶର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟି ଭାସ୍କରନ ନାୟାର ରାଧାକ୍ରିଷ୍ଣନ ଆଜି ଠାରୁ କେବଳ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟବିଚାରପତି ରହିବେ।
ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିିସ ଟି ଭାସ୍କରନ ନାୟାର ରାଧାକ୍ରିଷ୍ଣନ
/sambad/media/post_attachments/wp-content/uploads/2019/01/TB-Radhakrishnan_Thumbnail.jpg)