କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି: ବଢ଼ିବ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ଦରମା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ବିଚାରପତିମାନଙ୍କ ଦରମା ବଢ଼ିବ। ଏହି ଆଧାରରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ଦରମା ବଢ଼ିବ। ସେହିଭଳି ବୈଠକରେ ପଞ୍ଚଦଶ ଅର୍ଥ କମିଶନ ଗଠନ ପାଇଁ ମଧ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ମହିଳା ଶକ୍ତି କେନ୍ଦ୍ରକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ପ୍ରସାଦ କହିଛନ୍ତି, ୨୦୧୬ ଜାନୁଆରିରୁ  ପିଛଲା ଭାବରେ ଏହା ଲାଗୁ ହେବ। ସୁପ୍ରିମକୋର୍ଟର ୩୧ଜଣ ବିଚାରପତିଙ୍କ ଦରମା ବଢ଼ିବ। ସେହିଭଳି ଦେଶରେ ଥିବା ୧୦୭୯ ଜଣ ହାଇକୋର୍ଟ ବିଚାରପତିଙ୍କର ଦରମା ବଢ଼ିବ। ସପ୍ତମ ବେତନ କମିସନ ଆଧାରରେ ବିଚାରପତିମାନଙ୍କର ଦରମା ବଢ଼ିବ ବୋଲି ପ୍ରସାଦ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର