ସୁପ୍ରିମକୋର୍ଟ କଲେଜିୟମ ସୁପାରିସ: ଜଷ୍ଟିସ ଯଶୱନ୍ତ ସିଂହ ତ୍ରିପୁରା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ/ନୂଆଦିଲ୍ଲୀ : ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ ଯଶୱନ୍ତ ସିଂହ। ସୁପ୍ରିମକୋର୍ଟ କଲେଜିୟମ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସିଂହଙ୍କ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। ଏବେ ସେ ଓଡ଼ିଶା ହାଇକୋର୍ଟ‌ର ବରିଷ୍ଠ ବିଚାରପତି ଅଛନ୍ତି। ପଞ୍ଜାବ ଓ ହରିଆଣା ହାଇକୋର୍ଟରୁ ବଦଳି ପରେ ୨୦୨୧ ଅକ୍ଟୋବର ୮ରେ ଜଷ୍ଟିସ ସିଂହ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।
୧୯୬୧ ଫେବ୍ରୁଆରି ୨୩ରେ ହରିଆଣାର ରୋହତକଠାରେ ଜଷ୍ଟିସ ସିଂହ ଜନ୍ମ ଗ୍ରହଣ କରିଥିଲେ। ୨୦୦୭ ଡିସେମ୍ବର ୫ରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିଲା। ପୂର୍ବରୁ ୨୦୨୨ ସେପ୍ଟେମ୍ବର ୨୮ରେ ସୁପ୍ରିମ‌କୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସିଂହଙ୍କ ନିଯୁକ୍ତି ପ୍ରସଂଗରେ ସୁପାରିସ କରିଥିଲେ।

ସମ୍ବନ୍ଧିତ ଖବର