ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀ ଏବଂ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀ ଏବଂ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଶପଥ ଗ୍ରହଣ କରିଛନ୍ତି। ଶୀର୍ଷ ଅଦାଲତର କୋର୍ଟ ନମ୍ବର ୧ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଜଷ୍ଟିସ୍‌ ମାହେଶ୍ୱର ଏବଂ ଜଷ୍ଟିସ୍‌ ଖାନ୍ନାଙ୍କୁ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶପଥ ପାଠ କରାଇଥିଲେ।

ସୁପ୍ରିମ କୋର୍ଟର ବିଚାରପତି ସଂଖ୍ୟା ୩୧ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ଜଷ୍ଟିସ୍‌ ମାହେଶ୍ୱରୀ ଏବଂ ଜଷ୍ଟିସ୍‌ ଖାନ୍ନା ଶପଥ ଗ୍ରହଣ କରିବା ପରେ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।

ଏହା ପୂର୍ବରୁ ଜଷ୍ଟିସ୍‌ ମାହେଶ୍ୱରୀ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜଷ୍ଟିସ୍‌ ଖାନ୍ନା ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ।

ସମ୍ବନ୍ଧିତ ଖବର