ନିଜ ଦେଶକୁ ଫେରି ପାରୁ ନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ, ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସମସ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଆୟୋଜିତ ସଫଳ ଶିଖର ସମ୍ମିଳନୀ ସହିତ ଭାରତର ଅଧ୍ୟକ୍ଷତ‌ା ଶେଷ ହୋଇଛି। ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ବିଭିନ୍ନ ଦେଶର ନେତା ଆସି ପହଞ୍ଚିଥିଲେ।

ଆଉ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସଫଳ ଭାବେ ଏହି ସମ୍ମିଳନୀ ଶେଷହେବା ପରେ ନେତାମାନେ ନିଜନିଜ ଦେଶକୁ ଫେରି ଯାଇଥିଲେ ହେଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ  ଓ ତାଙ୍କ ପ୍ରତିନିଧି ଦଳ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ନୂଆ ଦିଲ୍ଲୀରେ ଫସି ରହିଥିବା ଖବର ମିଳିଛି ।

ସୂଚନାମୁତାବକ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗତରବିବାର କାନାଡା ଫେରିବାର ଥିଲା। ତେବେ ସେ ଯେଉଁ ବିମାନରେ ଯାତ୍ରା କରିଥାଆନ୍ତେ ସେହି ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ‌ସେ ଆଉ କାନାଡ଼ା ଯାଇ ପାରି ନଥିଲେ।

ତ୍ରୁଟି ପରିଲକ୍ଷିତ ହୋଇଥିବା ବିମାନର ତ୍ରୁଟି ସଜଡ଼ା ଯିବା ପରେ ଗତ ସେମାବାର ଜଷ୍ଟିନ ଟ୍ରୁଡୋ କାନାଡା ଫେରିଯିବାର ନିଶ୍ଚିତ ହୋଇଥିଲା । କିନ୍ତୁ ଠିକ ସମୟରେ ବିମାନ ସଜଡ଼ା ଯାଇ ପାରି ନଥିଲା। ଏହି ତ୍ରୁଟିଯୁକ୍ତ ବିମାନଟି ସିସି-୧୫୦ ପୋଲାରିସ ରହିଛି। ଯାହାକୁ କାନାଡ଼ାରେ ସଶସ୍ତ୍ରବଳ ନିଜ ଭିଆଇପିଙ୍କ ପାଇଁ ବ୍ୟବହାର କରିଥାଆନ୍ତି। ‌

ତେବେ ଖବର ମିଳିଛି କି ଜଷ୍ଟିନ ଟ୍ରୁଡୋଙ୍କୁ ନେବାକୁ ଆସୁଥିବା ଆଉ ଏକ ବିମାନକୁ ଡାଇଭର୍ଟ କରି ଦିଆଯାଇଛି। ଯାହାଫଳରେ କି ଉକ୍ତ ବିମାନ ମଧ୍ୟ ଦିଲ୍ଲୀରେ ପହଞ୍ଚି ପାରିଲା ନାହିଁ। କାରଣ ଦିଲ୍ଲୀ ଆସିବା ପାଇଁ ରୋମ ହୋଇ ଆସୁଥିବା ବିମାନକୁ ଲଣ୍ଡନ ଅଭିମୁଖେ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର