ଓଟାୱା : ଯାହା ଆଶା କରାଯାଉଥିଲା ତାହା ହେଲା। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ଜଷ୍ଟିନ ଟ୍ରୁଡୋ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ।
୨୦୧୫ରୁ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିଲେ । ନୂଆ ନେତା ନିର୍ବାଚିତ ନହେବା ପର୍ଯ୍ୟନ୍ତ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ଜାରି ରହିବେ କି ନା ତାହା ସ୍ପଷ୍ଟ ହୋଇନାହିଁ। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଲିବରାଲ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ନେତୃତ୍ୱ ପ୍ରସଙ୍ଗରେ ନିଷ୍ପତ୍ତି ନେବ । ଚଳିତ ସପ୍ତାହରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।
୨୦୧୫ରୁ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିଲେ। ନୂଆ ନେତା ନିର୍ବାଚିତ ନହେବା ପର୍ଯ୍ୟନ୍ତ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ଜାରି ରହିବେ କି ନା ତାହା ସ୍ପଷ୍ଟ ହୋଇନାହିଁ।
ତେବେ ଲିବରାଲ ପାର୍ଟିସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରବର୍ତ୍ତୀ ନେତା ଚୟନ ପାଇଁ ଅତି କମରେ ୩ ମାସ ସମୟ ଲାଗିବ।
ଗତ କିଛି ବର୍ଷ ହେଲା କାନାଡାରେ ଟ୍ରୁଡୋଙ୍କ ଲୋକପ୍ରିୟତା କମିଚାଲିଥିଲା । ନିଜର ବିଭିନ୍ନ ପଦକ୍ଷେପ ନେଇ ସେ ନିଜ ଦେଶରେ ଓ ବାହାରେ ବିବାଦୀୟ ଥିଲେ । ଫଳରେ ଲିବରାଲ ପାର୍ଟି ପାଇଁ ସେ ଏକ ବୋଝ ସଦୃଶ ହୋଇଯାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/06/htfNJO8l9jz7WiQs0UvS.jpeg)