୪୦ ଜଣ ମହିଳା ପ୍ରଫେସର୍‌ଙ୍କୁ ଅଶ୍ଳୀଳ ଟେଲିଫୋନ୍‌ କଲ୍‌ କରି ତରୁଣ ଅଟକ

ଜୟପୁର: ରାଜସ୍ଥାନ ବିଶ୍ୱବିଦ୍ୟାଳୟର ପ୍ରାୟ ୪୦ ଜଣ ପ୍ରାଧ୍ୟାପିକାଙ୍କୁ ଇଣ୍ଟର୍‌ନେଟ୍‌ ସୃଷ୍ଟ ଅଶ୍ଳୀଳ ଟେଲିଫୋନ୍‌ କରିଛି ବୋଲି କୁହାଯାଉଥିବା ହରିୟାଣାର ହିସାର ଅଞ୍ଚଳର ଜଣେ ତରୁଣକୁ ଶୁକ୍ରବାର ଦିନ ଜୟପୁର ପୁଲିସ ଅଟକ ରଖିଛି।

ଅପରିଚିତ ନମ୍ବରରୁ ଅଶ୍ଳୀଳ କଲ୍‌ ପାଇଥିବା ବିଷୟରେ ଜୟପୁରର ମହେଶ ନଗର ଥାନାରେ ଜୁଲାଇ ତିନି ତାରିଖ ଦିନ ଜଣେ ପ୍ରାଧ୍ୟାପିକାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରୁଥିଲା। ସେ କହିଥିଲେ କି, ବିଭିନ୍ନ ସମୟରେ ଆସୁଥିବା କଲ୍‌ଗୁଡ଼ିକର ଟେଲିଫୋନ୍‌କାରୀ ଜଣେ ମାତ୍ର ଲୋକ।

ଏ ବିଷୟରେ ତଦନ୍ତ କରିବା ପାଇଁ ଗୋଟାଏ ପୁଲିସ ଟିମ୍‌ ଗଠନ କରାଯାଇଥିଲା। ତଦନ୍ତ ସମୟରେ ପୁଲିସ ଟିମ୍‌ ଜାଣିଲା ଯେ ଆପତ୍ତିଜନକ ଜିନିଷ ଥିବା ଗୋଟାଏ କୋରିୟର୍‌ ଜଣେ ମହିଳାଙ୍କ ଘରେ ଡେଲିଭରି କରାଯାଇଛି।

ତାହକୁ ଆଧାର କରି ପୁଲିସ ସନ୍ଦିଗ୍ଧର ଆଇପି ଆଡ୍ରେସ୍‌ ପାଇବାରେ ସମର୍ଥ ହୋଇଥିଲା।

ପୁଲିସ କହିବା ଅନୁସାରେ, ଅଶ୍ଳୀଳ କଲ୍‌ କରିବାକୁ ଅଭିଯୁକ୍ତ ବିଶ୍ୱବିଦ୍ୟାଳୟର ଓ୍ଵାଇ-ଫାଇ ସଂଯୋଗ ବ୍ୟବହାର କରୁଥିଲା। ତା’ର ବାପା ମଧ୍ୟ ସେ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସର। ରାଜସ୍ଥାନ ବିଶ୍ୱବିଦ୍ୟାଳୟର େଓ୍ଵବ୍‌ସାଇଟ୍‌ରୁ ସେ ପ୍ରାଧ୍ୟାପିକାମାନଙ୍କର ନମ୍ବର ସଂଗ୍ରହ କରିଥିଲା।

ତରୁଣ ଟେଲିଫୋନ୍‌କାରୀକୁ ଅଟକ ରଖି ପୁଲିସ ଟିମ୍‌ ଶୁକ୍ରବାର ଦିନ ଜୟପୁରରେ ପହଞ୍ଚିଛି।

ସମ୍ବନ୍ଧିତ ଖବର