ହୋଶିଆରପୁର : ଉତ୍ତରପ୍ରଦେଶର ହୋସିଆରପୁରରେ ପୁଣି ଏକ ବର୍ବରତା ଆଲୋଡ଼ନ ସୃଷ୍ଟି କରିଛି। ଜଣେ ୬ ବର୍ଷୀୟା ନାବାଳିକାକଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଏବଂ ତାଙ୍କୁ ଜାଳି ଦିଆଯାଇଛି। ହୋଶିଆରପୁର ଜିଲ୍ଲା ଅଧୀନସ୍ଥ ଜଲାଲ୍ପୁର ଗ୍ରାମରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି। ଉକ୍ତ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୀଡ଼ିତାଙ୍କ ବାପାଙ୍କ ଦ୍ବାରା ଜାରି ହୋଇଥିବା ବିବୃତି ଅନୁଯାୟୀ ଅଭିଯୁକ୍ତ ଗୁର୍ପ୍ରିତ ଏବଂ ସୁରଜିତ ତାଙ୍କ ଝିଅକୁ ସେମାନଙ୍କ ଘରକୁ କୌଶଳକ୍ରମେ ନେଇଥିଲେ। ସେମାନେ ନାବାଳିକାକୁ ଦୁଷ୍କର୍ମ କରିବାପରେ ଶରୀରରେ ସେମାନେ ନିଆଁ ଲଗାଇ ଦେଇଥିଲେ। ଶିଶୁର ଅର୍ଦ୍ଧଦଗ୍ଧ ଶରୀରକୁ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି ବୋଲି ପୁଲିସ କହିଛି।
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା
/sambad/media/post_attachments/wp-content/uploads/2020/10/dead-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)