ଜ୍ୟୋତିଙ୍କ ଉପରେ ନଜର ରଖିବା ପାଇଁ ଆଗୁଆ ଚେତାଇ ଦେଇଥିଲେ ଏହି ସୋସିଆଲ ମିଡିଆ ବ୍ୟବହାରକାରୀ

କପିଲ ଜୈନ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ମଇ ୨୦୨୪ରେ ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ କାର୍ଯ୍ୟକଳାପର ତଦନ୍ତ ପାଇଁ ଜାତୀୟ ତଦନ୍ତ ସଂସ୍ଥାକୁ ଆବେଦନ କରି ସତର୍କ କରାଇ ଦେଇଥିଲେ।

୍ମନତଦ

ନୂଆଦିଲ୍ଲୀ: ହରିୟାଣାର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ଝିଅ ତଥା ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ହରିୟାଣାର ପୁଲିସ ଗିରଫ କରିଛି।

ଗିରଫଦାରୀର କିଛି ମାସ ପୂର୍ବରୁ ଜଣେ ଭାରତୀୟ ବ୍ୟକ୍ତି ଜ୍ୟୋତିଙ୍କ ବିଷୟରେ ଚିନ୍ତା ପ୍ରକାଶ କରିଥିଲେ। ଜ୍ୟୋତି ଗିରଫ ହେବାପରେ ଉକ୍ତ ବ୍ୟକ୍ତିଙ୍କ ୨୦୨୪ ମସିହାର ଏକ ପୋଷ୍ଟ ସୋସିଆଲ ମିଡିଆ ଘୁରି ବୁଲୁଛି। ଯେଉଁଥିରେ ଉକ୍ତ ବ୍ୟକ୍ତି ଜଣକ ଜ୍ୟୋତିଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଆଗୁଆ ଚେତାଇ ଦେଇଥିଲେ।

କପିଲ ଜୈନ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ  ୨୦୨୪ ମଇରେ ଜ୍ୟୋତିଙ୍କ କାର୍ଯ୍ୟକଳାପର ତଦନ୍ତ ପାଇଁ ଜାତୀୟ ତଦନ୍ତ ସଂସ୍ଥାକୁ ଆବେଦନ କରିଥିଲେ। ଏଥିସହିତ ଜ୍ୟୋତି ମାଲହୋତ୍ରାଙ୍କ ୟୁଟ୍ୟୁବ୍ ପୃଷ୍ଠାର ଏକ ସ୍କ୍ରିନସଟ୍ ସେୟାର କରି ପୋଷ୍ଟ କରି କହିଥିଲେ, "ଏନଆଇଏ, ଦୟାକରି ଏହି ମହିଳାଙ୍କ ଉପରେ କଡ଼ା ନଜର ରଖନ୍ତୁ। ପ୍ରଥମେ ସେ ପାକିସ୍ତାନୀ ଦୂତାବାସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ତା'ପରେ ୧୦ ଦିନ ପାଇଁ ପାକିସ୍ତାନ ଯାଇଥିଲେ ଏବଂ ଏବେ ସେ କାଶ୍ମୀର ଯାଉଛନ୍ତି। ଏସବୁ ପଛରେ କୌଣସି ଲିଙ୍କ ଥାଇପାରେ ବୋଲି ମୋର ଅନୁମାନ ହେଉଛି।"

ଜ୍ୟୋତିଙ୍କ ନାମ ଏହସାନ ଉର୍ ରହିମ୍ ଓରଫ୍ ଡାନିସଙ୍କ ସହିତ ମଧ୍ୟ ଯୋଡାଯାଉଛି। ୟୁଟ୍ୟୁବର ନୂଆଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଡାନିସଙ୍କୁ ଭେଟୁଥିବାର ଦେଖିବାକୁ ମିଳୁଛି। ଡାନିସ୍ ହେଉଛନ୍ତି ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନରେ ଅବସ୍ଥାପିତ ଜଣେ ଅଧିକାରୀ। ପହଲଗାମ ଆକ୍ରମଣ ପରେ  ଚଳିତ ମାସ ଆରମ୍ଭରେ ଅର୍ଥାତ ମଇ ୧୩ ତାରିଖରେ ଭାରତ ଡାନିସଙ୍କୁ ‘ଅଲୋଡ଼ା’ ଘୋଷଣା କରିବା ସହ ତାଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe