ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ନେଇ ଯେତେବେଳେ ସାରା ବିଶ୍ବ ଆତଙ୍କବାଦୀଙ୍କୁ ଏ ଘୃଣ୍ୟ କାମକୁ ନିନ୍ଦା କରୁଥିଲା ଆଉ ପାକିସ୍ତାନ ବିରୋଧରେ ସ୍ବର ତେଜୁଥିଲା ଠିକ୍ ସେତେବେଳେ ଭାରତରେ ରହି ଜଣେ ଭାରତୀୟ ହୋଇ ପହଲଗାମ୍ ହମଲାରେ ଆତଙ୍କୀଙ୍କୁ ନୁହେଁ ବରଂ ନିରୀହ ପର୍ଯ୍ୟଟକଙ୍କୁ ଦୋଷ ଦେଇଥିଲେ ଏ ଦେଶଦ୍ରୋହୀ । ହମଲାରେ ଆତଙ୍କବାଦ ବିରୋଧରେ ନକହି ବରଂ ପର୍ଯ୍ୟଟକଙ୍କ ମୁଣ୍ଡକୁ ଦୋଷ ଠେଲିଥିଲେ ପାକିସ୍ତାନର ଏ ଗୁପ୍ତଚର ଜ୍ୟୋତି ମଲହୋତ୍ରା । ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହେବା ପରେ ଏବେ ସାମ୍ନାକୁ ଆସିଛି ପହଲଗାମ୍ ଆକ୍ରମଣ ପରେ ଜ୍ୟୋତି ଦେଇଥିବା ବୟାନ ।
ତେବେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ କହିବା ଅନୁସାରେ... ଯେକୌଣସି ସ୍ଥାନକୁ ଗଲାବେଳେ ପର୍ଯ୍ୟଟକଙ୍କୁ ସବୁଦିଗକୁ ଧ୍ୟାନ ଦେବା ଉଚିତ ବୋଲି ଜ୍ୟୋତି କହି ପର୍ଯ୍ୟଟକଙ୍କୁ ପୂରା ଦାୟୀ କରିଛନ୍ତି । ଆଉ ସୁରକ୍ଷାରେ ତ୍ରୁଟି ନେଇ ପୋଲିସ, ସେନା ଓ ସରକାରଙ୍କୁ ଦାୟୀ କରିଛନ୍ତି ।
https://www.instagram.com/gully.gupshup/reel/DJyt2EHS3Ps/
ମୁଁ ଜାଣିଛି କାଶ୍ମୀରରେ ଛକ ଛକରେ ସୁରକ୍ଷା କଡାକଡି ଥାଏ, ସବୁଠି ପୋଲିସ ଓ ଯବାନ ଥାନ୍ତି । ଯଦି ଏତେ ସୁରକ୍ଷା ଭିତରେ ଏଭଳି ହେଉଛି ତାହାଲେ ଏଥିପାଇଁ ଆମେ ଦାୟୀ ବୋଲି କହିଥିଲେ ଜ୍ୟୋତି । ଯଦି କେହି ଆତଙ୍କବାଦୀଙ୍କୁ ସହଯୋଗ କରିଥିବ ତାହାଲେ ଆମେ ଭାରତୀୟ ନୁହେଁ ବୋଲି ଜ୍ୟୋତି କହିଥିବା ବେଳେ ସେ ହିଁ ପାକିସ୍ତାନର ଗୁପ୍ତଚର ବୋଲି ପ୍ରମାଣିତ ହୋଇ ଗିରଫ ହୋଇଛନ୍ତି । ଆଉ ସେ ଦେଶଦ୍ରୋହୀ ଭଳି କାମ କରି ଶତ୍ରୁ ଦେଶକୁ ସମସ୍ତ ତଥ୍ୟ ଦେଇଛନ୍ତି ।