ନୂଆଦିଲ୍ଲୀ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ହରିୟାଣା ପୁଲିସ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ହରିୟାଣାର ହିସାରର ବାସିନ୍ଦା ଜ୍ୟୋତିଙ୍କ ‘ଟ୍ରାଭେଲ୍ ୱିଥ୍ ଜୋ’ ୟୁଟ୍ୟୁବ ଚ୍ୟାନେଲ ରହିଥିବା ସହିତ ଏଥିରେ ତାଙ୍କର ୩,୭୭,୦୦୦ଜଣ ଅନୁଗାମୀ ରହିଛନ୍ତି।
ଜ୍ୟୋତିଙ୍କ ବିରୋଧରେ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ (ଓଏସଏ) ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜ୍ୟୋତିଙ୍କୁ କୋର୍ଟରେ ହାଜର କରାଯାଇ ୫ ଦିନ ପାଇଁ ରିମାଣ୍ଡରେ ରଖାଯାଇଛି।
ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତିଙ୍କ ରୋଜଗାର ଓ ସେ କେତେ ସମ୍ପତ୍ତିର ମାଲିକାଣୀ ଅଛନ୍ତି ସେ ବିଷୟରେ ଲୋକେ କିଛି ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ଜ୍ୟୋତିଙ୍କ ଯଥାକ୍ରମେ ୩.୭୭ ଲକ୍ଷ ସବସ୍କ୍ରାଇବର୍ ଏବଂ ୧.୩୩ ଲକ୍ଷ୍ୟ ଫଲୋୟର୍ସ ଅଛନ୍ତି। ଜ୍ୟୋତି ମାଲହୋତ୍ରା ୟୁଟ୍ୟୁବ ବିଜ୍ଞାପନରୁ ପ୍ରାୟ ୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅନୁମାନ କରାଯାଉଛି। ସେହିପରି ତାଙ୍କର ମାସିକ ୟୁଟ୍ୟୁବ ଆୟ ୫୦,୦୦୦ ରୁ ୧,୨୦,୦୦୦ ଟଙ୍କା ପାଖାପାଖି ରହିଛି।