ନୂଆଦିଲ୍ଲୀ: କେମିତି ପାକିସ୍ତାନକୁ ଭାରତର ତଥ୍ୟ ଦେଉଥିଲେ ଜ୍ୟୋତି ମଲହୋତ୍ରା ? ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି କେମିତି ନିଜ ଦେଶର ଗୁପ୍ତତଥ୍ୟକୁ ଦେଉଥିଲେ ଏବଂ ଏହାର ମାଧ୍ୟମ କଣ ଥିଲା ? ଗିରଫ ପରେ ଜ୍ୟୋତିଙ୍କୁ ପଚରା ଉଚରା ଚାଲିଥିବା ବେଳେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ ।

Advertisment

କୁହାଯାଉଛି ନିଜ ଭିଡିଓ ମାଧ୍ୟମରେ ଏବଂ ଜିଓଟ୍ୟାଗ୍ ମାଧ୍ୟମରେ ଭାରତର ସମ୍ବେଦନଶୀଳ ସ୍ଥାନର ସବିଶେଷ ତଥ୍ୟ ଦେବାକରେ ଜ୍ୟୋତି ପାକିସ୍ତାନ ଏଜେଣ୍ଟଙ୍କୁ ସାହାଯ୍ୟ କରୁଥିଲେ । ଜ୍ୟୋତି ପାକିସ୍ତାନ ଗସ୍ତ ବେଳେ ତାଙ୍କୁ ବିଭିନ୍ନ ତାଲିମ ଦିଆଯାଉଥିଲା । କେଉଁ ଆଙ୍ଗେଲରେ କ୍ୟାମେରା ଧରିବେ, କ୍ୟାମେରାରେ କଣ କଣ ଦେଖାଇବେ ଏବଂ କେଉଁ ସ୍ଥାନରେ କେଉଁ କ୍ୟାମେରା ବ୍ୟବହାର କରିବେ... ସବୁ ପ୍ରକାର ଟ୍ରେନିଂ ଦିଆଯାଉଥିଲା । 

ଭିଡିଓ ତିଆରି କରିବାର ୩ଟି ମାଧ୍ୟମରେ ଜ୍ୟୋତି ପାକିସ୍ତାନକୁ ଗୁପ୍ତତଥ୍ୟ ଦେଉଥିଲେ 
୧-ଲମ୍ବା ଭିଡିଓ ବ୍ଲଗ କରୁଥିଲେ ଜ୍ୟୋତି । ଯାହାର ଅବଧି ୩୦ ମିନିଟ୍ ରହୁଥିଲା । ଯେଉଁଥିରେ ସେ ଜମ୍ମୁର ସମ୍ବେଦନଶୀଳ ସ୍ଥାନ ସବୁ ଦେଖାଉଥିଲେ
୨-ଛୋଟ ଭିଡିଓ ମାଧ୍ୟମରେ ସେ ମଧ୍ୟ ତଥ୍ୟ ଦେଉଥିଲେ, ଯାହାର ଅବଧି ରହୁଥିଲା ୧ ମିନିଟ୍
୩-ଲାଇଭ ଚାଟ୍- ଯେଉଁଥିରେ ଜ୍ୟୋତି ଲାଇଭ ଲୋକେସନର ଦୃଶ୍ୟ ଦେଖାଇବା ବେଳେ ଜ୍ୟୋତିଙ୍କ ପାକିସ୍ତାନୀ ପ୍ରଶଂସକ ତାଙ୍କୁ ଉକ୍ତ ସ୍ଥାନର ନାଁ ଏବଂ ସବିଶେଷ ତଥ୍ୟ ପଚାରନ୍ତି ଆଉ ଜ୍ୟୋତି ତାର ଉତ୍ତର ଦିଅନ୍ତି । ଯାହା ପାକିସ୍ତାନୀ ଏଜେଣ୍ଟଙ୍କ ପାଇଁ ହିଁ ପରୋକ୍ଷରେ ସନ୍ଦେଶ ଥାଏ ।

କୁହାଯାଉଛି କି ଜ୍ୟୋତି ଯେଉଁ କ୍ୟାମେରା ବ୍ୟବହାର କରୁଥିଲେ ସେଥିରେ ସେଲ୍ଫି ମୋଡ୍ ହିଁ ନଥିଲା । ବ୍ୟାକ କ୍ୟାମେରାରେ ଯେମିତି ସବୁ ଲେଖା ସ୍ପଷ୍ଟ ରୁହେ, ସେଲ୍ଫି ଭିଡିଓରେ ବି ସେସବୁ ସ୍ପଷ୍ଟ ଦେଖା ଯାଉଥିଲା । ଯାହାକି ପାକିସ୍ତାନୀ ଏଜେଣ୍ଟଙ୍କୁ ସହଜ ହେବ ଉକ୍ତ ସ୍ଥାନର ପୂରା ଡିଟେଲ୍ସ ଜାଣିବାକୁ । 

ସେପଟେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ଜ୍ୟୋତି ଲିଙ୍କରେ ଥିବା ମାନିଛନ୍ତି । ପଚରାଉଚରା ସମୟରେ ଜ୍ୟୋତି କହିଛନ୍ତି, "୨୦୨୩ ମସିହାରେ, ମୁଁ ପାକିସ୍ତାନ ଯାତ୍ରା ପାଇଁ ଭିସା ବିଷୟରେ ପଚାରିବା ପାଇଁ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ୍ ଯାଇଥିଲି " । ତେବେ ପାକିସ୍ତାନ, ଚାଇନା ବୁଲିବା ପରେ ଜ୍ୟୋତି ବାଂଲାଦେଶ ମଧ୍ୟ ବୁଲି ଯିବାର ପ୍ଲାନ କରିଥିଲେ ।