ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର ହୋଇଥିଲେ ଜ୍ୟୋତି

ଜ୍ୟୋତି ମାଲହୋତ୍ରାଙ୍କୁ ମଇ ୨୨ ତାରିଖରେ ହରିୟାଣାର ହିସାର କୋର୍ଟରେ ପୁଲିସ ସକାଳ ୯.୩୦ରେ ହାଜର କରିଥିଲା।  ହାଜର ପରେ ପୁଲିସ କୋର୍ଟରୁ ଜ୍ୟୋତି ମାଲହୋତ୍ରାଙ୍କୁ ଆଉ ୪ ଦିନ ପାଇଁ ରିମାଣ୍ଡରେ ନେଇଛି।

jgjikytu

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କୁ ମଇ ୨୨ ତାରିଖରେ ହରିୟାଣାର ହିସାର କୋର୍ଟରେ ପୁଲିସ ସକାଳ ୯.୩୦ରେ ହାଜର କରିଥିଲା। 
ହାଜର ପରେ ପୁଲିସ କୋର୍ଟରୁ ଜ୍ୟୋତି ମାଲହୋତ୍ରାଙ୍କୁ ଆଉ ୪ ଦିନ ପାଇଁ ରିମାଣ୍ଡରେ ନେଇଛି।

କୋର୍ଟରେ ହାଜର କରିବା ପୂର୍ବରୁ ପୁଲିସ ରାତି ୧୧.୩୦ରେ ଜ୍ୟୋତିଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲା।

ଉଲ୍ଲେଖନୀୟ ଯେ ହରିୟାଣାର ହିସାରର ବାସିନ୍ଦା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚର ଏବଂ ସମ୍ବେଦନଶୀଳ ସୂଚନା ସେୟାର କରିବା ଅଭିଯୋଗରେ ଗିରଫ କରାଯାଇଛି। ହିସାର ପୁଲିସ ତାଙ୍କୁ ମଇ ୧୭ ତାରିଖରେ ଗିରଫ କରି କୋର୍ଟରେ ହାଜର କରିଥିଲା। କୋର୍ଟରୁ ତାଙ୍କୁ ପାଞ୍ଚ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦିଆଯାଇଥିଲା। 

ଡିଏସପି କମଲଜିତଙ୍କ କହିବାନୁସାରେ, ‘ ଆମକୁ ମିଳିଥିବା ସୂଚନା ଆଧାରରେ, ଆମେ ହରିଶ କୁମାରଙ୍କ ଝିଅ ଜ୍ୟୋତିକୁ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଏବଂ ବିଏନ୍ଏସର ଧାରା ୧୫୨ ଅନୁଯାୟୀ ଗିରଫ କରିଛୁ। ତାଙ୍କ ମୋବାଇଲ୍ ଏବଂ ଲାପଟପ୍ ଉଦ୍ଧାର ହେବା ପରେ, କିଛି ସନ୍ଦେହଜନକ ଜିନିଷ ଉଦ୍ଧାର ହୋଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe