ନୂଆଦିଲ୍ଲୀ: ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଆସିବାରେ ଲାଗିଛି ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ଖବର । ତାଙ୍କ ହରିୟାଣା ଘରୁ ପୋଲିସ ଜବତ କରିଥିବା ଡାଏରୀରୁ ମିଳିଛି କିଛି ଏମିତି ତଥ୍ୟ ଯାହା ସନ୍ଦେହକୁ ଆହୁରି ବଢାଇ ଦେଇଛି । ନିତିଦିନିଆ ଲେଖା ପରି ରବିବାର ଦିନ ମଧ୍ୟ ଜ୍ୟୋତି ଡାଏରୀ ଲେଖି ଛାଡି ଯାଇଛନ୍ତି । ବୋଧେ ଗିରଫ ପୂର୍ବରୁ ଜ୍ୟୋତି ଏହି ଡାଏରୀ ଲେଖିଛନ୍ତି । ଯେଉଁଥିରେ ସେ ସବିତା... ନାଁ ନେଇଛନ୍ତି । ତେବେ କିଏ ଏହି ସବିତା ? ମହିଳା ନା ଯୁବତୀ ? ନା ତାଙ୍କ ସାଙ୍ଗ ନା ତାଙ୍କ ସମ୍ପର୍କୀୟ ?
ଡାଏରୀରେ କିଛି ଔଷଧ କଥା ଲେଖା ଯାଇଛି ଏବଂ ଡାକ୍ତର ଗୁପ୍ତା ସହ ୧ ମାସ ପାଇଁ ଔଷଧ ବୋଲି ଲେଖା ଯାଇଛି । ଘରର ଦାୟିତ୍ବ ନେଉଥିବୁ, ମୁଁ ଖୁବଶୀଘ୍ର ଫେରିବି... ବୋଲି ଜ୍ୟୋତି ଲେଖିଥିବା ବେଳେ ଶେଷରେ ଲଭ ୟୁ... ଲେଖିଛନ୍ତି ପାକିସ୍ତାନର ଏ ଗୁପ୍ତଚର ଜ୍ୟୋତି ମଲହୋତ୍ରା ।
ତେବେ କିଏ ସେହି ସବିତା... ଯାହାଙ୍କ ନାଁ ଜ୍ୟୋତି ଡାଏରୀରେ ଲେଖିଥିବା ବେଳେ ସେନେଇ ତଦନ୍ତ ଚାଲିଛି । ଏଥିସହ ଜ୍ୟୋତି କାହା ପାଇଁ ଲଭ ୟୁ ଲେଖିଛନ୍ତି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି । ଜ୍ୟୋତି ସତରେ ଘର ପାଇଁ ଏସବୁ ଲେଖିଛନ୍ତି ନା ଏଥିରେ କୌଣସି କୋଡ୍ ​ଵାଡ୍ ରହିଛି ତାକୁ ନେଇ ସନ୍ଦେହ ବି ବଢିଛି ।
ସେପଟେ ଜ୍ୟୋତି ସୀମା ପାର କଲା ବେଳର ସମୟ, ତାରିଖ ଏବଂ ଭାରତ-ପାକିସ୍ତାନ ଭିତରେ ଥିବା ସମ୍ପର୍କ ବାବଦରେ ନିଜ ଡାଏରୀରେ ଲେଖିଛନ୍ତି । ଜ୍ୟୋତିଙ୍କ ଡାଏରୀର ୧୦ରୁ ୧୧ ପୃଷ୍ଠା କେବଳ ପାକିସ୍ତାନ ବାବଦରେ ହିଁ ଲେଖାଅଛି । ଜ୍ୟୋତି ନିଜ ଡାଏରୀରେ ପାକିସ୍ତାନର ଆତିଥ୍ୟତାକୁ ଭୂରି ଭୂରି ପ୍ରଶଂସା କରିଥିବା ବେଳେ ଭାରତର ହିନ୍ଦୁମାନେ ଥରେ ଥରେ ପାକିସ୍ତାନ ଯାଇ ବୁଲିଆସିବା ଦରକାର ବୋଲି ସେ ନିଜ ମତ ସେଥିରେ ଲେଖିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/20/TMPsmaQBLAhdN1k4WTwe.jpg)