ଶିକ୍ଷା ମନ୍ତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ଆଇପିଏସ ଅଫିସର

ଚଣ୍ଡୀଗଡ଼: ପଞ୍ଜାବ ସରକାରରେ ଶିକ୍ଷା ମନ୍ତ୍ରୀ ଥିବା ହରଜୋତ ସିଂ ବେନ୍ସ ଖୁବ ଶୀଘ୍ର ମାନସା ଜିଲ୍ଲାର ଏସପି ଜ୍ୟୋତି ଯାଦବଙ୍କୁ ବିବାହ କରିବାକୁ ଯାଉଛନ୍ତି | ଏହି ମାସରେ ସେମାନେ ଆନନ୍ଦପୁର ସାହିବରେ ବିବାହ କରିପାରନ୍ତି। ୨୦୧୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଡକ୍ଟର ଜ୍ୟୋତି ଯାଦବ ଏବଂ ପଞ୍ଜାବ ଶିକ୍ଷା ମନ୍ତ୍ରୀ ହରଜୋତ ସିଂ ବେନ୍ସଙ୍କ ବିବାହ ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇପିଏସ୍ ଅଧିକାରୀ ଡକ୍ଟର ଜ୍ୟୋତି ଯାଦବ ବର୍ତ୍ତମାନ ମାନସା ଜିଲ୍ଲାର ଏସପି ଥିବାବେଳେ ପୂର୍ବରୁ ସେ ଲୁଧିଆନାରେ ଆଡିସନାଲ ଡିସିପି ମଧ୍ୟ ଥିଲେ ।

ଜ୍ୟୋତି ଯାଦବ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବାବେଳେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୬୮ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି। ତେବେ ଜ୍ୟୋତି ଯାଦବ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରୁ ଜଣାପଡେ ଯେ ସେ ଘୋଡା ଚଢ଼ିବାକୁ ମଧ୍ୟ ବହୁତ ପସନ୍ଦ କରନ୍ତି। ମାର୍ଚ୍ଚ ୨୫ରୁ ୨୬ ମଧ୍ୟରେ ଉଭୟ ବିବାହ କରିପାରନ୍ତି। ଆଇପିଏସ୍ ଅଧିକାରୀ ଡକ୍ଟର ଜ୍ୟୋତି ଯାଦବ ସାଉଥ ଫିଲ୍ମକୁ ମଧ୍ୟ ଭଲ ପାଆନ୍ତି। କାରଣ ସେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ସାଉଥ ଅଭିନେତା ରାମ ଚରଣଙ୍କ ସହ ନଜର ଆସିଛନ୍ତି |

ସମ୍ବନ୍ଧିତ ଖବର