ଦାୟିତ୍ବ ନେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବମ୍ବେ ହାଇକୋର୍ଟ ଦେଲେ ପ୍ରଥମ ଟାସ୍କ

ନୂଆଦିଲ୍ଲୀ : ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଭାଗର ଦାୟିତ୍ବ ଭାର ଗ୍ରହଣ କରିଛନ୍ତି। କରୋନା ମହାମାରୀ ପାଇଁ ସେବାମରିକ ବିମାନ ଚଳାଚଳ ବିଭାଗ ଅତି ଜଟିଳ ସ୍ଥିତି ଦେଇ କରୁଥିବାବେଳେ ଏହି ସମୟରେ ଜ୍ୟୋତିରାଦିତ୍ୟ ନୂଆ ଦାୟିତ୍ବ ନେଇଛନ୍ତି। ତେବେ ଦାୟିତ୍ବ ନେବାପରେ ବମ୍ବେ ହାଇକୋର୍ଟ ସିନ୍ଧିଆଙ୍କୁ ଆଜି ‘ପ୍ରଥମ ଟାସ୍କ’ ଦେଇଛନ୍ତି। ବିମାନବନ୍ଦରଗୁଡ଼ିକର ନାମକରଣ ଏବଂ ପୁନଃନାମକରଣ ପାଇଁ ଦେଶବ୍ୟାପୀ ଏକ ନୂଆ ନୀତି ପ୍ରସ୍ତୁତ କରିବାପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ଆଜି ଅତିରିକ୍ତ ସଲିସିଟର ଜେନେରା‌ଲ୍‌ ଅନିଲ ସିଂହଙ୍କୁ କହିଛନ୍ତି, ଯଦି କୌଣସି ନୂଆ ନୀତି ଏବେ ବି ଚିଠା ଆକାରରେ ରହିଛି ତେବେ ଏହାକୁ କାର୍ଯ୍ୟକାରୀ କରାଯାଉ। ଏବେ ସରକାରଙ୍କୁ ନୂଆ ମନ୍ତ୍ରୀ ମିଳିଛନ୍ତି। ତେଣୁ ନୂଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ବାରା ଏହି କାର୍ଯ୍ୟ ସମ୍ପାଦନ କରାଯାଉ। ନୂଆ ବେସାମରିକ ବିମାନ ଚଳାଳଚ ମନ୍ତ୍ରୀଙ୍କର ଏହା ପ୍ରଥମ କାର୍ଯ୍ୟ ହେବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି। ଏକ ପିଆଇଏଲ୍‌ର ଶୁଣାଣି କରି ମୁଖ୍ୟ ବିଚାରପତି ଦିପଙ୍କର ଦତ୍ତ ଏବଂ ଜଷ୍ଟିସ୍‌ ଜିଏସ୍‌ କୁଲ୍‌କର୍ଣ୍ଣି ଏହା କହିଛନ୍ତି।

ସମ୍ବନ୍ଧିତ ଖବର