ଧାରା ୩୭୦ର ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ପୁର୍ନଗଠନକୁ ସମର୍ଥନ ଜଣାଇଲେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଦଳଠାରୁ ଦୂରେଇ ଯାଇଛନ୍ତି କଂଗ୍ରେସର ଯୁବବ୍ରିଗେଡର ଜଣାଶୁଣା ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ ଥିବା ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ୩୭୦ ଧାରାର ଉଚ୍ଛେଦ ମାଧ୍ୟମରେ ଜମ୍ମୁକଶ୍ମୀରର ଭାରତ ସହ ସଂପୂର୍ଣ୍ଣ ଏକତ୍ରୀକରଣକୁ ସମର୍ଥନ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜୀବ ଗାନ୍ଧୀଙ୍କର ଘନିଷ୍ଠ ବନ୍ଧୁ ଭାବେ ଜଣାଶୁଣା ମାଧବ ରାଓ ସିନ୍ଧିଆଙ୍କ ପୁତ୍ର ଜ୍ୟୋତିରାଦିତ୍ୟାଙ୍କର କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମର୍ଥନକୁ ରାଜନୈତିକ ମହଲରେ ଅତ୍ୟନ୍ତ ଗୁରୁତ୍ୱର ସହିତ ବିବେଚନା କରାଯାଉଛି।

ଜ୍ୟୋତିରାଦିତ୍ୟ ମଙ୍ଗଳବାର ସଂଧ୍ୟାରେ ଟୁଇଟ କରି କହିଛନ୍ତି, ଜମ୍ମୁ-କଶ୍ମୀର ଓ ଲଦାଖକୁ ଭାରତ ସହ ଏକୀକରଣ ଲାଗି ନିଆଯାଇଥିବା ପଦକ୍ଷେପକୁ ମୁଁ ସମର୍ଥନ କରୁଛି। ଯଦି ଏଥିଲାଗି ସାମ୍ବିଧାନିକ ପ୍ରକ୍ରିୟା ପାଳନ କରାଯାଇଥାଆନ୍ତା ତେବେ ଭଲ ହୋଇଥାଆନ୍ତା, କୌଣସି ପ୍ରଶ୍ନ ମଧ୍ୟ ଉଠି ନଥାନ୍ତ। ଯେହେତୁ ଏହି ନିଷ୍ପତ୍ତି ରାଷ୍ଟ୍ରର ହିତ ଲାଗି ନିଆଯାଇଛି, ତେଣୁ ମୁଁ ଏହାକୁ ସମର୍ଥନ ଜଣାଉଛି।

ସମ୍ବନ୍ଧିତ ଖବର